-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||     

HOME   ଜିଲ୍ଲା

ବଘଲା ଗାଁ ରେ ଶତାଧିକ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଲେ ସମରେନ୍ଦ୍ର , ଛାତ୍ର ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ 

07-Apr-2024



ବଲାଙ୍ଗୀର: ମୋ ମତରେ ରାଜନୀତିର ଉଦ୍ଦେଶ୍ଯ ଲୋକଙ୍କ ପାଈଁ ପ୍ରଚୁର ମାତ୍ରlରେ ଉପଲବ୍ଧ ହୋଇ ଜନସାଧାରଣଙ୍କ ସେବା କରିବା l

ଗତ ୧୦ ବର୍ଷରେ ଆମର ପ୍ରିୟ ବିଧାୟକ ନରସିଂହ ମିଶ୍ର ତାହା ପ୍ରମାଣ କରିସାରିଛନ୍ତି l  ବର୍ଷର ପ୍ରତ୍ୟେକ ମାସ, ମାସର ପ୍ରତ୍ୟେକ ଦିନ ରାଜନୀତି ମାଧ୍ୟମରେ ଯଦି କିଏ ଲୋକଙ୍କୁ ସେବା ପ୍ରଦାନ କରିଥାଏ ତେବେ ତାହା ଆମ ପ୍ରିୟ ବିଧାୟକ ନରସିଂହ ମିଶ୍ର l ତେଣୁ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଓ ଗତ ୧୦ ବର୍ଷର ବିକାଶ ପ୍ରକ୍ରିୟାକୁ ଆଗକୁ ନିରନ୍ତର ଜାରି ରଖିବା ପାଇଁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳର ହାତ ଚି଼ହ୍ନରେ ଭୋଟ ଦେଇ ଏ ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତୁ ବୋଲି ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚନ୍ଦନଭାଟି ପଂଚାୟତ ଅନ୍ତର୍ଗତ ବଘଲା ଗାଁ ରେ ଅନୁଷ୍ଠିତ ସାଧାରଣ ସଭାରେ ନିଜ ବକ୍ତବ୍ୟ ରେ କହିଛନ୍ତି l
ସାଧାରଣ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ମାନେ କେବଳ ନିର୍ବାଚନ ସମୟରେ ବଲାଙ୍ଗୀର ସହର ରେ ଦେଖାଯାଆନ୍ତି, ଆପଣ ମାନେ ସେହି ରାଜନେତା ମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ମିଛ ବାହାନା, ଭୁଲ ତଥ୍ୟ ଓ କୁମ୍ଭୀର କାନ୍ଦଣା କାନ୍ଦି ଆପଣ ମାନଙ୍କୁ ଭୁଆଁ ବୁଲେଇବେ ଓ ନିର୍ବାଚନ ପରେ ବଲାଙ୍ଗୀରରୁ ଉଭାନ ହୋଇଯିବେ, ଅତୀତରେ ଅନେକ କ୍ଷମତା ପାଇ ମଧ୍ୟ ବଲାଙ୍ଗୀର ଲୋକଙ୍କ ପାଇଁ ଏମାନେ କିଛି କରି ପାରିଲେ ନାହିଁ, ତେଣୁ ଏଇ ବିକାଶ ବିରୋଧୀ ତତ୍ତ୍ୱଙ୍କୁ ଆପଣ ମାନେ ଆଗାମୀ ନିର୍ଵାଚନରେ ବରଖାସ୍ତ କରନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଲୋକଙ୍କୁ ଆହ୍ୱାନ କରିଥିଲେ l
ସାଧାରଣ ସଭାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ଅଞ୍ଚଳର ସାମଗ୍ରିକ ବିକାଶ ପାଈଁ ଆମକୁ ଏକ ଲଢୁଆ ବିଧାୟକ ନିର୍ବାଚିତ କରିବାକୁ ହେବ l

ଯିଏକି ସରକାରଙ୍କ ସମ୍ମୁଖରେ ବଲାଙ୍ଗୀରର ବିକାଶ ପାଈଁ ଚାପ ସୃଷ୍ଟି କରିପାରିବ, ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିପାରିବ ଓ ବଲାଙ୍ଗୀରକୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଆଣି ପାରିବ, ଏହି ନିର୍ବାଚନରେ ସମରେନ୍ଦ୍ର ହିଁ ସେହି ପ୍ରାର୍ଥୀ ଯିଏ କି ଆପଣ ମାନଙ୍କ ହକ ପାଇଁ ବିଧାନସଭାରେ ଜୋରଦାର ଲଢେଇ କରିପାରିବ l ତେଣୁ ଆପଣ ମାନେ ଏହି ନିର୍ବାଚନରେ ବହୁ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ଭୋଟ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ  
ବାସୁଦେବ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ସଂଗୀତl ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପାଣିଗ୍ରାହୀ, କପିଳେଶ୍ଵରର ପାଣିଗ୍ରାହୀ, ଜଗବନ୍ଧୁ ପୁରୋହିତ, ସୁନାଧାର ପଧାନ, ରାମ ପ୍ରସାଦ ମିଶ୍ରଙ୍କ ସମେତ ସହସ୍ରାଧିକ ବଘଲା ଓ ଆଖପାଖ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026

You Might Also Like