-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠ ଦିବସ ଓ ବାର୍ଷିକ ସାଧାରଣ ସଭା

07-Apr-2024



ବଲାଙ୍ଗୀର (ପ୍ରେରଣା ଖବର )
ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପଂଚମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀଙ୍କ ଅନୁରୋଧ କ୍ରମେ ପ୍ରଥମରେ ତିନିଥର ଓଁକାର ଧ୍ୱନି ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ମାଁ ପାଟଣେଶ୍ୱରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳ, ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମଂଚାସିନ ଥିଲେ ମହାସଂଘର ସଭାପତି ପ୍ରଫେସର ଟହଲୁ ସାହୁ, ମହାସଚିବ ପ୍ରହଲ୍ଲାଦ ମହାପାତ୍ର, ଉପସଭାପତିଦ୍ୱୟ ପ୍ରଫୁଲ୍ଲ କୁମାର ହୋତା ଓ ପ୍ରଭାକର ମିଶ୍ର, ମୁଖ୍ୟ ଅତିଥି ଭାବରେ ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଛତିଶଗଡ ରାଜ୍ୟ ବରିଷ୍ଠ ନାଗରିକ  ମହାସଂଘର ସଭାପତି ଚନ୍ଦ୍ର ପ୍ରକାଶ ଦେଓରାସ, ସମ୍ମାନିତ ଅତିଥି ଭାବରେ ଉକ୍ତ ରାଜ୍ୟର ଉପସଭାପତି କମଳ ମୁଖର୍ଜି, ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀ ଓ ସାଧାରଣ ସଂପାଦକ ଅଶୋକ ଚାନ୍ଦ । ମଂଚାସିନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମେମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ପ୍ରଭାକର ମିଶ୍ର, ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ମହାସଂଘ ମହାସଚିବ ପ୍ରହଲ୍ଲାଦ ମହାପାତ୍ର ଓ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ କେଦାର ମିଶ୍ର । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ଥିବା ସମସ୍ତ ବରିଷ୍ଠ ନାଗରିକ ଏକ ହୋଇ ସମାଜର ଉନ୍ନତି କଳ୍ପେ କାର୍ଯ୍ୟ କରିବା କାରଣ ଦିର୍ଘ ବର୍ଷ ଧରି ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା ଅଛି । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆମ ରାଜ୍ୟର ବରିଷ୍ଠ ନାଗରିକ ସଂଗଠନ ଗୁଡିକ ଏକତ୍ରିତ ହୋଇ ବରିଷ୍ଠ ନାଗରିକମାନଙ୍କର ଉନ୍ନତି ତଥା ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ମୁଖାର୍ଜି ପ୍ରକାଶ କରିଥିଲେ ଯେ ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତାକୁ ସମାଜର ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ତଥା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ବୁଝୁଥିବା ବିଭାଗକୁ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ ପଶ୍ଚିମ ଓଡିଶା ଅନ୍ତର୍ଗତ ସମସ୍ତ ଜିଲ୍ଲାର ବରିଷ୍ଠ ନାଗରିକ ସଂଗଠନ ଗୁଡିକ ମହାସଂଘ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ସଂଗଠନ ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିଥିଲେ ତଥା ଆଗାମୀ ଦିନରେ ଜନସାଧାରଣଙ୍କର ସେବା କିପରି ଭାବରେ ହୋଇ ପାରିବ ସେଥି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ମହାସଚିବ ଶ୍ରୀ ମହାପାତ୍ର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦାବି ତଥା ସମ୍ବିଧାନ ସଂଶୋଧନ ବାବଦରେ ଗୃହ ରେ ରଖିଥିବା ପ୍ରସ୍ତାବ ଗୃହିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ଏଡ୍‌ଭୋକେଟ ଅଶୋକ କୁମାର ମିଶ୍ରଙ୍କୁ ମହାସଂଘର ଉପଦେଷ୍ଟା ଭାବରେ ମନୋନିତ କରାଯାଇଥିଲା । ପୂର୍ବରୁ ସାଧାରଣ ପରିଷଦ ବୈଠକରେ ଉପ-ସଭାପତି ଭାବରେ ପ୍ରଭାକର ମିଶ୍ରଙ୍କୁ ମନୋନିତ କରାଯାଇଥିଲା ତାହାକୁ ଆଜିର ସଭାରେ ନବୀକରଣ କରାଗଲା । ମଂଚ ପରିଚାଳନାରେ ସହଯୋଗ କରିଥିଲେ ସୁନିଲ ଚନ୍ଦ୍ର ବିଶ୍ୱାଲ, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ନିଳାଞ୍ଚଳ ଚିରଗୁନ, ମଧୁସୁଦନ ନାୟକ । ବରିଷ୍ଠ ନାଗରିକ ସମ୍ମାନ ୨୦୨୪ ପଣ୍ଡିତ କୂଳମଣି ମହାପାତ୍ର ବରଗଡ ଜିଲ୍ଲା, ସୁନିତା ମୁଣ୍ଡ ବରପାଲି ଓ ଶୁଧାଂଶୁ ଶେଖର ଦର୍ଜି ବଲାଙ୍ଗିର ଙ୍କୁ ମେମେଣ୍ଟୋ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଧନଞ୍ଜୟ ମିଶ୍ର, ପୀତବାସ ପଣ୍ଡା ଓ ମଧୁସୁଦନ ନାୟକ । ମହାସଂଘର ଏହି କାର୍ଯ୍ୟକ୍ରମକୁ ସଂଗଠନ ସଂପାଦକ ନାରାୟଣ ନାୟକ ପରିଚାଳନା କରିଥିଲେ । ଏହି ସଭାରେ ପଶ୍ଚିମ ଓଡିଶା ଅନ୍ତର୍ଗତ ସମସ୍ତ ଜିଲ୍ଲା ତଥା ଆଠମଲ୍ଲିକ ଉପଖଣ୍ଡର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ଏହି ସଭାରେ ସଫଳ ଭାବରେ କରିଥିବାରୁ ଅତିଥିମାନେ ଭୁୟସି ପ୍ରଶଂସା କରିଥିଲେ । ଗଠନ କରାଯାଇଥିଲା ବିଭିନ୍ନ କମିଟିର ଆବାହକ ତଥା ସଭ୍ୟ ବିନୟ କୁମାର ମିଶ୍ର, ଚୁଡେନ୍ଦ୍ର ବେହେରା, ଚିତ୍ତ ରଂଜନ ପଟେଲ, ପ୍ରମୋଦ ଗୁରୁ, ଗୌର ଚନ୍ଦ୍ର ପୁରୋହିତ, ଦୁର୍ଗା ହୋତା, ପ୍ରଦ୍ୟୁମ୍ନ ଗଡତ୍ୟା, ପୂର୍ଣ୍ଣଚନ୍ଦ୍ର ମେହେର, ଛାୟାକାନ୍ତ ସାହୁ, ମଥାମଣି ପଣ୍ଡା, ଷଢାନନ ରାଉତ, ତ୍ରିଲୋଚନ ଦାଶ, କପିଳେଶ୍ୱର ଖମାରୀ, ଇଂ. ହରେକୃଷ୍ଣ ମେହେର ଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026

You Might Also Like