-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ଡାବୁଗାଁ ବ୍ଲକ ଅଧୀନ ଦରଗୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ | ଶନିବାର ଅପରାହ୍ନରେ ଡାବୁଗାଁ ତହସିଲ ଅଧୀନ ଦରଗୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ଖଣି ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ମିଳିତ ଚଢାଉ କରି ୨ ଟି ଟ୍ରକ ଜବତ କରିଛି | ଦରଗୁଲା ବାଲି ଘାଟରେ ଟ୍ରକ ନଂ ଓଆର ୧୦ ଏଚ ୩୭୧୮ ଓ ଓଆର ୧୦ ଏଫ ୮୨୫୫ ଗାଡିରେ ବାଲି ଲୋଡିଙ୍ଗ କରି ବାହାରୁ ଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଟ୍ରକ ଦୁଇଟିକୁ ଜବତ କରିଥିଲେ | ଜବତ ଗାଡିରେ ବାଲି କୋରାପୁଟ ଜିଲ୍ଲା ର ବିଭିନ୍ନ ସ୍ଥାନ କୁ ଚାଲାଣ କରାଯାଉଥିଲା | ରବିବାର ୨ ଟି ଟ୍ରକ ଠାରୁ ୬୦ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି | ଜୋରିମାନା ଆଦାୟ କରାଯିବା ପରେ ଗାଡି ଗୁଡିକୁ ଛାଡି ଦିଆଯାଇଛି | ଏହି ଚଢାଉରେ ଜିଲ୍ଲା ଖଣି ଅଧିକାରୀ ଆଦିତ୍ୟ ଆଚାର୍ଯ୍ୟ, ତହସିଲଦାର ହରିଓମ ଭୋଇ, ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ