-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ମ୍ବଲପୁର,(ଦେବାଶିଷ ବେହେରାଙ୍କ ରିପୋର୍ଟ): ସମ୍ବଲପୁର ରେଳମଣ୍ଡଳରେ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନମାନଙ୍କର ସୁଗମ ଯାତ୍ରା ପାଇଁ ରେଳ ଅଧୁନୀକିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି କ୍ରମରେ ଟିଟିଲାଗଡ – କେସିଙ୍ଗା ଏବଂ କାଣ୍ଡେଲ ରୋଡ –ରୂପI ରୋଡ ସେକ୍ସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ଏଣୁ ଆସନ୍ତା ୨୫ ତାରିଖ ଟ୍ରେନ ନଂ ୧୮୩୦୧ ସମ୍ବଲପୁର – ରାୟଗଡା ସ୍ପେଶାଲ ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ ଯିବ ଏବଂ ସେଠାରୁ ୦୮୩୦୨ ସ୍ପେଶାଲ ଏକ୍ସପ୍ରେସ ହୋଇ ସମ୍ବଲପୁରକୁ ଫେରିବ । ଏହି ଟ୍ରେନ ୨୫ ତାରିଖରେ ଟିଟିଲାଗଡ – ରାୟଗଡା ମଧ୍ୟରେ ଚଳାଚଳ ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି I