-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
31-Mar-2024
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସରସ୍ଵତୀ ବିହାର ରାସ୍ତାରେ ଥିବା ଶିଶୁ ବିକାଶ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି ।ଅନୁଷ୍ଠାନ ପରିଚାଳନା କମିଟିର ସଭାପତି ଚିତ୍ରସେନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଯୋଗଦେଇ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଏହି ଅନୁଷ୍ଠାନ ନିଶ୍ଚିତ ଭାବେ ସହାୟକ ହେବ ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ବିନିକା ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ଯୋଗଦେଇ ଶିଶୁ ବିକାଶ ବିଦ୍ୟା ମନ୍ଦିରର ଶିଶୁ ମାନେ ଯେପରି ଉଚ୍ଚ ମାନର ଶିକ୍ଷା ଗ୍ରହଣ କରିବା ସହିତ ଭଳ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୋଇ ପାରିବେ ସେ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସେହିପରି ବିଦ୍ୟା ମନ୍ଦିର ପ୍ରତିଷ୍ଠାର ଉଦୋକ୍ତା ସାମୁଗା ନାଇକେଲ ଉପସ୍ଥିତ ଥିଲେ।ଏହି ଅବସରରେ ଅନୁଷ୍ଠାନ ତରଫରୁ ଆୟୋଜିତ ବିଭିନ୍ନ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଶ୍ରୀ ରିକି ମେହେର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସର୍ବେଶ୍ଵର ପୁରୋହିତ ବାର୍ଷିକ ବିବରଣୀ ପଠନ ଓ ସଭାକୁ ସୁଧାଂଶୁ ଶେଖର ପୁରୋହିତ ସଂଯୋଜନା କରିଥିଲେ ।ଶେଷରେ ସହ ଅଧ୍ୟକ୍ଷା ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।