-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) - ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍କେସ୍ ଦାୟର କଲା ଭାରତୀୟ ବିକାଶ ପରିଷଦ। ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି ଦୋହରାଇଲା। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ସହ ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରିଛି ପରିଷଦ। ତେବେ ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ପ୍ରକାର ତଥ୍ୟ ମିଳିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଘଟଣାରୁ ପରଦା ଉଠୁଥିବା ବେଳେ ଏସଆଇଟି କହୁଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଅଭିଯୁକ୍ତ ହିଁ ମାନୁନାହାନ୍ତି ପୀଡିତାଙ୍କ ପରିବାର। ତେବେ ଏହାରି ମଧ୍ୟରେ ଘନ ଘନ ଯଦୁପୁର ଗସ୍ତ କରୁଛନ୍ତି ଏସଆଇଟଇ ମୁଖ୍ୟ।*