-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ବୋଡ଼େନ (ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ମିଶନ ଶକ୍ତି ଭବନ ପାଖରେ ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାରଙ୍କ ତତ୍ତ୍ଵାବଧାନରେ ତଥା ବି ପି ସି ରାଜେଶ କୁମାର ସାହୁ ଓ ବି ଏଲ ସି ସୁନୀତା ସୁନାଙ୍କ ପରିଚାଳନା କ୍ରମେ ୫୦୦ ରୁ ଉର୍ଦ୍ଧ୍ବ ମିଶନ ଶକ୍ତି ମହିଳାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ଅତିଥି ରୂପେ ଏସ ବି ଆଇ ବୋଡ଼େନ ଶାଖା ମ୍ୟାନେଜର ସୁରେଶ କୁମାର ବାଦି,ସି ଡି ପି ଓ ଶାନ୍ତା ବାରିକ ,ସରପଂଚ ମିନତୀ ନନ୍ଦ,ସରପଂଚ ଜୟଶ୍ରୀ ପଟେଲ ସରପଂଚ ମୁକ୍ତା ରାଉତ ପ୍ରମୁଖ ମଞ୍ଚାସିନ ଥିଲେ ।ବ୍ଲକରେ ସମୁଦାୟ ୧୪୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଥିବା ବେଳେ ୧୫୦୦୦ ପାଖାପାଖି ମହିଳା ଏଇଥିରେ ଆତ୍ମ ନିର୍ଭରଶୀଳ ହୋଇ କାମ କରନ୍ତି ।ତନ୍ମଧ୍ୟରୁ ୫୦୬ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ତାଙ୍କ ଦ୍ଵାରା ପୈଠ କରିଥିବା ଋଣର ସୁଧ ଭାବରେ ୧୧୨୨୮୯୫ ଟଙ୍କା ନବୀନ ସରକାର ବ୍ୟାଙ୍କ୍ ଆକାଉଣ୍ଟ ମାନଙ୍କୁ ପଠାଇ ସାରିଛନ୍ତି ।ଆଜିର କାର୍ଯ୍ୟକ୍ରମରେ ୨୫ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ଚେକ୍ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ମିତ୍ର, ଏମ ବି କେ ,ସି ଆର୍ ପି , ଇ ସି ମେମ୍ବର,ବି ଏଲ ଏଫ୍ ମେମ୍ବର,ବିଭିନ୍ନ ଏସ ଏଚ ଜି ର ସଭାନେତ୍ରୀ ଓ ସମ୍ପାଦିକା,କୃଷି ମିତ୍ର, ପ୍ରାଣୀ ମିତ୍ର,ଜି ପି ଏଲ ଏଫ୍ ମେମ୍ବର ,ଆଇ ସି ଡି ଏସ ସୁପର ଭାଇଜର ସବୁ ଉପସ୍ଥିତ ରହି ସହଯୋଗ କରିଥିଲେ ।ସରକାର ମିଶନ ଶକ୍ତିର ମାଆ ମାନଙ୍କୁ ୟୁନିଫର୍ମ ପାଇଁ ଏବଂ ଇ ସି ମେମ୍ବର ମାନଙ୍କୁ ବ୍ଲାଜର ପାଇଁ ଆର୍ଥିକ ସହଯୋଗ କରିଛନ୍ତି ସତ କିନ୍ତୁ ବିଭିନ୍ନ କ୍ୟାଡ଼ର ମାନଙ୍କ ଦରମା ବୃଦ୍ଧିର ଘୋଷଣା କେବେ କରିବେ ତାହାରି ଅପେକ୍ଷାରେ ବ୍ୟାଙ୍କ୍ ମିତ୍ର ,ଏମ ବି କେ ,ସି ଆର୍ ପି,କୃଷି ମିତ୍ର ଓ ପ୍ରାଣୀ ମିତ୍ର।