-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ବୋଡ଼େନ( ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ମାଓ ଅଞ୍ଚଳ ନାଗପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଓ ଏସ ପି ଜି. ଆର ରାଘବେନ୍ଦ୍ରଙ୍କ ମିଳିତ ତତ୍ତ୍ଵାବଧାନରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ପଞ୍ଚାୟତର ମାକରର୍ବିର୍ଲି, କମାରକୋମଟି, ସିର୍ଲି, ନାଗପଡ଼ା, ବୋଲଦା, ଝରନାମାଳ , ଖୋଲିଭିତର , ଭୁଇପାଣି ସହ ଅନ୍ୟ କିଛି ଗାଁର ହିତାଧିକାରୀମାନେ ରାସନ କାର୍ଡ, ମୋ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଏମ ଜି ଏନ୍ ଆର୍ ଇ ଜି ଏ , ପାନୀୟ ଜଳ ଯୋଗାଣ ଏପରି ମୋଟ ୫୨ ଗୋଟି ଅଭିଯୋଗ କରିଥିବାବେଳେ ଏହାର ଶୁଣାଣି କରାଯାଇଥିଲା।କରଙ୍ଗାମାଲ ପଞ୍ଚାୟତର ଡୋଟୋ ଗ୍ରାମର ନୀଳାମ୍ବର ରଣା ପି: ଲଳିତ ରଣା କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସା ଚାଲିଥିବାରୁ ତାଙ୍କୁ ଜିଲ୍ଲାପାଳ ରେଡ କ୍ରସ୍ ପାଣ୍ଠିରୁ ୧୦୦୦୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବାରୁ ରଣା ପରିବାର ଶାନ୍ତି ଅନୁଭବ କରିବା ସହ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପଞ୍ଚାୟତରେ ଅନେକ ସମସ୍ୟା ଭରି ରହିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏଥିରେ ବୋଡେନ୍ ବିଡ଼ିଓ ପ୍ରିୟରଞ୍ଜନ କୁମାର, ଆଇ ଆଇ ସି ଗୋବିନ୍ଦ ମାଝୀ, ଜି ପି ଇ ଓ ପ୍ରଫୁଲ୍ଲ ନାଏକ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, ଏ ପି ଓ ରବିନାରାୟଣ ରାଉତ ,ସରପଞ୍ଚ ଗମ୍ଭୀର ତାଣ୍ଡି , ପି ଇ ଓ ଗୁର୍ଜୁ ହଂସ, ସି ପି ସରୋଜ ପ୍ରଧାନ, ବି ଏସ ଏସ ଓ ହିତେଶ ଆଡବାହି, ସି ପି ସରୋଜ ପ୍ରଧାନ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଦୁଷ୍ମନ୍ତ ନାଗ ,ବି ଆର୍ ସି ହେରାମ୍ବ ବିଶ୍ଵାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।