-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
କଣ୍ଟାମାଳ (ପ୍ରେରଣା ଖବର ): ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଂଜେଇ ଜବତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ଘରେଲମୁଣ୍ଡା ଅଂଚଳରୁ ଏହି ଗଂଜେଇ ଜବତ ହୋଇଛି । କୌଣସି ସୁତ୍ରରୁ ଖବର ପଇ ମନମୁଣ୍ଡା ଥାନାର ଏକ ସ୍ୱତନ୍ତ୍ର ଟିମ ଘରେଲମୁଣ୍ଡା ଅଂଚଳରେ ଚଢାଉ କରିଥିଲା । ଫଳରେ ଚାଲାଣ ହେବାକୁ ଥିବା ୬ କୁଇଂଟାଲ ୧୭ କେଜି ଗଂଜେଇକୁ ପୋଲିସ ଜବତ କରିବାରେ ସଫଳ ହୋଇଥିଲା । ଯାହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଘଟାଣାରେ ଜଡିତ ଥିବା ତିନିଜଣ ଅଭିଯୁକ୍ତ ଘଟନାସ୍ଥଳରୁ ଫୋରର ମାରିଥିବାରୁ ପୋଲିସ ଗିରଫ କରିପାନଥିବା ପୋଲିସ କହିଛି । ଏହି ଘଟଣାକୁ ଧରି ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୧୪ କୁଇଂଟାଲ ଗଂଜେଇ ଜବତ କରାଯାଇସାରିଥିବା ବୌଦ୍ଧ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।