-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||     

HOME   ଜିଲ୍ଲା

ପାର୍କିଂବାଲା ର ଜୁଲୁମକୁ ଜବରଦସ୍ତ ଅଦାଲତି ଛାଟ ! *୧୨ ଟଙ୍କା ନ ଫେରାଇବାରୁ ଏବେ ଗଣିବ ୩ ଲକ୍ଷ ଫାଇନ୍.

28-Feb-2024



(ପ୍ରେରଣା ଖବର )
 ପୁଣି ଚର୍ଚ୍ଚାରେ ସମ୍ବଲପୁର ଖାଉଟି ଅଦାଲତଙ୍କ ରାୟ ।ସମ୍ବଲପୁର ରେଳଷ୍ଟେସନରେ ଥିବା ପାର୍କିଂ ସ୍ଥଳରେ ସ୍ପଷ୍ଟ ଲେଖାଅଛି, ୧୨ରୁ ୨୪ ଘଣ୍ଟା ପାଇଁ ଦୁଇଚକିଆ ପାର୍କିଂ ଭଡ଼ା ୧୨ ଟଙ୍କା। କିନ୍ତୁ ଏହି ପାର୍କିଂ କାଉଣ୍ଟରେ ମନଇଚ୍ଛା କଟାଯାଇଥିଲା ୩୦ ଟଙ୍କିଆ ରସିଦ।
ସମ୍ବଲପୁରର ପ୍ରଫୁଲ୍ଲ ଦାଶ। ଗତବର୍ଷ ନଭେମ୍ବର ପହିଲାରେ ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଯିବାକୁ ଥିବାରୁ, ଷ୍ଟେସନ ପାର୍କିଂରେ ସ୍କୁଟର ରଖିଥିଲେ। ସେହିଦିନ ସମ୍ବଲପୁର ଫେରିବାକୁ ଥିବାରୁ, ଅକାରଣରେ ଆଗୁଆ ୩୦ ଟଙ୍କା ଦେଇ ସେ ଯେତିକି ଚିନ୍ତିତ ନ ଥିଲେ, ଫେରିବା ପରେ ତାଠୁ ଅଧିକ ବାଧିଥିଲା ପାର୍କିଂବାଲାର ପୁଣି ମନମୁଖୀ ଜୁଲୁମ୍। ୨୪ ଘଣ୍ଟା ଭିତରେ ଫେରିଥିବାରୁ, ପାର୍କିଂ ଫି ୧୨ ଟଙ୍କା ହେଉଥିଲେ ବି ତାଙ୍କୁ ୩୦ ଟଙ୍କାରୁ ମାତ୍ର ୬ ଟଙ୍କା ଫେରସ୍ତ ମିଳିଥିଲା। ପାର୍କିଂବାଲା ରଖିନେଇଥିଲେ ଡବଲ୍ ଭଡ଼ା- ୨୪ ଟଙ୍କା। ବଳକା ୧୨ ଟଙ୍କା ମାଗିବାରୁ, ଏହା ଦେବାକୁ ମନା କରିଥିଲେ ପାର୍କିଂ କାଉଣ୍ଟରରେ ଥିବା କର୍ମଚାରୀ ।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ଦେବାକୁ ପଡ଼ିଥିବାରୁ, ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଫୁଲ୍ଲ। ୧୨ ଟଙ୍କା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା, ତାଠୁ ଅଧିକ ଜରୁରୀ ଥିଲା ଏଭଳି ଠକ ପାର୍କିଂ ଠିକାଦାରକୁ ସବକ୍ ଶିଖାଇବା। ରେଳ କର୍ତ୍ତୃପକ୍ଷଙ୍କୁ ବି ମାମଲାରେ ପକ୍ଷଭୁକ୍ତ କରିଥିଲେ ପ୍ରଫୁଲ୍ଲ। ଆଉ ଶେଷରେ ଗତକାଲି ଆସିଛି ଚମକାଇଦେବା ଭଳି ରାୟ। ସେବାରେ ଖିଲାପ, ଅନୈତିକ ଉପାୟରେ ବ୍ୟବସାୟ ଓ ମନମୁଖୀ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଞ୍ଜ୍ୟୁମର କୋର୍ଟ। ଏଥିସହ ପ୍ରଫୁଲ୍ଲ ୫ ମାସ ତଳେ ପାଇବାକୁ ଥିବା ୧୨ ଟଙ୍କାକୁ ୧୨ ପ୍ରତିଶତ ହାରରେ ସୁଧ ସମେତ ଫେରସ୍ତ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ, ମୋକଦ୍ଦମା ବାବଦ ଖର୍ଚ୍ଚ ପାଇଁ ୧୦ ହଜାର ଏବଂ ଉପଭୋକ୍ତା ମଙ୍ଗଳ ପାଣ୍ଠିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ରାୟ ଆସିଛି । ସେପଟେ ଏହି ମାମଲା ପରେ, ରେଳ ବିଭାଗ ଆଭ୍ୟନ୍ତରୀଣ ତଦନ୍ତ କରି ସମ୍ପୃକ୍ତ ଠିକାସଂସ୍ଥାକୁ ରାୟ ଆସିବା ପୂର୍ବରୁ ୭୧ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି । ତେବେ ଏନେଇ ପାର୍କିଂ ଠିକାସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ ।କେବଳ ଏହି ଘଟଣା ନୁହେଁ, କିଛି ମାସ ପୂର୍ବରୁ ସମ୍ବଲପୁରର ଜଣେ ଜେରକ୍ସ ଦୋକାନୀ ୩ ଟଙ୍କା ନ ଫେରାଇବାରୁ, ତାଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଥିଲା । ସେତେବେଳେ ମଧ୍ୟ ଖାଉଟି ଅଦାଲତକୁ ଯାଇଥିଲେ ପ୍ରଫୁଲ୍ଲ ଦାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026

You Might Also Like