-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
କଣ୍ଟାବାଞ୍ଜି, (ପ୍ରେରଣା ଖବର) ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ତୁରେକେଲା ବନପାଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।କଣ୍ଟାବାଞ୍ଜି ରେଞ୍ଜର ଶ୍ରୀ ସିଦ୍ଧାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ କୌଶିକ ମେହେର, ଜିଲ୍ଲା ପରିଷଦ ସଭ୍ୟ, ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଶ୍ରୀ ବିରଂଚି ନାରାୟଣ ଦାଶ, ମୁଖ୍ୟବକ୍ତା, ଶ୍ରୀ ଜଳନ୍ଧର ମହାକୁଡ,ସରପଞ୍ଚ, ଶ୍ରୀ ଅସିତ କୁମାର ଜେନା,ଅଗ୍ଳିଶମ ଅଧିକାରୀ, ଶ୍ରୀ ବ୍ରଜ ବିଶ୍ୱ।ଳ ,କେନ୍ଦୁପତ୍ର ଫରେଷ୍ଟର,ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।କଣ୍ଟାବାଞ୍ଜି ଫରେଷ୍ଟର ଶ୍ରୀ କାମେଶ୍ୱର ତାଣ୍ଡି ସଭା ପରିଚାଳନା ଓ ଢୋଲମାନ୍ଦଲ ଫରେଷ୍ଟର ଶ୍ରୀ କୀର୍ତ୍ତି ଚନ୍ଦ୍ର ସୁଆର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବନ ବିଭାଗର କର୍ମଚାରୀ ,ଫରେଷ୍ଟର ନପ ହରପାଲ, ଗୋବର୍ଦ୍ଧନ ପଟେଲ, ସୁନିଲ ଛତ୍ରିଆ,ଫରେଷ୍ଟଗାର୍ଡ ପରମାନନ୍ଦ ମାଝୀ, କୃଷ୍ଣଚନ୍ଦ୍ର ବନଛୋର,ପ୍ରଦୀପ ମାଝୀ, ଜାହ୍ନବୀ ବେହେରା,ଅଭିମନ୍ୟୁ ଭୋଇ,ସ୍ୱର୍ଣ୍ଣ ଲତା ହେର୍ଣା,ପାରା ପ୍ରୋଟେକ୍ସନ ସ୍କ୍ୱ।ଡ ପରମାନନ୍ଦ ଭାଟି,ଧନେଶ୍ୱର ମାଝୀ,ବିଷ୍ଣୁ ଛୁରା,ସ୍ୱୟଂ ସହାୟକ ଗୋଷ୍ଠୀ,ସମାଜସେବୀ ତଥା ପ୍ରକୃତି ପ୍ରେମୀମାନେ ଯୋଗ ଦେଇଥିଲେ।ଅତିଥି ମାନେ ବନାଗ୍ନିର କାରଣ ଓ କ୍ଷତି ଉପରେ ଆଲୋକପାତ କରିଥିଲେ।ଗ୍ରୀଷ୍ମ ଋତୁରେ କିଭଳି ଭାବରେ ବନାଗ୍ନିକୁ ରୋକି ହେବ ତାହାରି ଉପରେ ଆଲୋଚନା ହୋଇଥିଲା।ପରିଶେଷରେ ଜଙ୍ଗଲ ବଞ୍ଚେଇବାକୁ ସମସ୍ତେ ଶପଥ ପାଠ କରିଥିଲେ l