-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ନବରଙ୍ଗପୁର-( ମିହିର ଶଙ୍କର ପାତ୍ର,)
ମିଶନ ଶକ୍ତି ସଭାଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ ଅଂଶୁଘାତ ର ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ନିମନ୍ତେ ଆଲୋଚନା ହୋଇଥିଲା ।ବିଶେଷ କରି ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ORS ପକେଟ ମହଜୁତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦ୍ଧେଶ ଦେଇଥିଲେ। ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କ ପାଇଁ ଜଳ ଯୋଗାଣ ନିମନ୍ତେ ପାଞ୍ଚ ମିନିଟ ସମୟ ବ୍ୟବଧାନ ବାଧ୍ୟତାମୂଳକ ରଖିବା ପାଇଁ ଜିଲ୍ଲାପାଳ ଡ଼ଃ ମିଶ୍ର ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ମାନଙ୍କ କାର୍ଯ୍ୟ ସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ଦିନ ୧୧.୦୦ ଘଣ୍ଟା ସମୟରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନ ଲଗାଇ ଛାୟାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ନବ କିଶୋର ବେହେରା,ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିନାୟକ ଖାଡଙ୍ଗା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ସମ୍ପୃକ୍ତ ଅଧୀକ୍ଷକ ଯନ୍ତ୍ରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟନାୟକ , ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।