-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ବୀରାମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟାଳୟ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବତନ୍ତ୍ର ମିଶନ ଶକ୍ତି ବ୍ୟାଙ୍କ ୠଣର ସୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତୀ ମହିଳା ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନଙ୍କୁ ଦେଇଛନ୍ତି ଏକ ବଡ ଉପହାର । ଆଗରୁ ମିଶନ ଶକ୍ତିର ମହିଳା ମାନେ ବିନା ସୁଧରେ ୫ଲକ୍ଷ ଟଙ୍କା ପାଉଥିବା ବେଳେ ଏବେ ବିନା ସୁଧରେ ପଇବେ ୧୦ଲକ୍ଷ ଟଙ୍କା ରୂଣ ପାଇବେ । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ବିଡିଓ ରଘୁନାଥ ପାଣିଗ୍ରାହୀ, ସୁବଳୟା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସାଖା ପରିଚାଳକ ପତିତପାବନ ସୁବୁଦ୍ଧି, ମହିଳା ସୁପରଭାଇଜର୍ ଶ୍ରଦ୍ଧାଞ୍ଜଳି ପଣ୍ଡା, ବରିଷ୍ଠ ସାମ୍ବାଦିକ କିଶୋର କୁମାର ହୋତା,ଯୁଗଳ କିଶୋର ମିଶ୍ର, ବିପିଏମ୍ ମନୋଜ କୁମାର ବାଗ୍ ,ବିଏଲ ଏଫ୍ ସଭାନେତ୍ରୀ ସସ୍ମିତା ଦାସ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ମହିଳା ମା'ଙ୍କୁ ଆଗକୁ ଆଣିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଛନ୍ତି ତା'ର ସତ ବିନିଯୋଗ କରି ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ବୀରାମହାରାଜପୁର ବ୍ଳକ୍ ରେ ଆଜି ୧୧ ମହିଳା ସ୍ଵୟଂ ସହାୟକୟକ ଗୋଷ୍ଟିକୁ ୪୮ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ରୁଣ ପ୍ରଦାନ କରାଯାଇଛି । ସେହିଭଳି ଭାବରେ। ୧୫ ପଞ୍ଚାୟତର ୫୧୭ ଗ୍ରୁପ୍ କୁ ୨୨ଲକ୍ଷ ୩୦ ହଜାର ୫୧୭ ଟଙ୍କା ସୁଧ ଟଙ୍କା ଫେରସ୍ତ କରାଯାଇଛି। କାର୍ଯ୍ୟ କ୍ରମ ମକୁ ବିପିସି ମିସନଶକ୍ତି ସାନ୍ତନୁ ମେହେର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।