-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସହରରେ ଆଜି ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଏନଏସି ମାନ୍ୟତା ଦାବି ନେଇ ସୁବଳୟା ଜନସାଧାରଣ ପକ୍ଷରୁ ଉକ୍ତ ବନ୍ଦ ପାଳନ କରାଯାଇଥିଲା। ସୁବଳୟା ଏନ୍ଏସି ଘୋଷଣା ବାଦ୍ ପଡ଼ିବାରୁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କୁ ଦାୟୀ କରି ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ସହ ସକାଳ ୬ ଠାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ଏନଏସି ଘୋଷଣା କରାଯାଇଥିବା ବେଳେ ସୁବଳୟା ସହର ଏନଏସି ତାଲିକା ଥିବା ବେଳେ ତାହା ଘୋଷଣା ହୋଇନଥିଲା। ଫଲରେ ସହର ବାସୀ ଆନ୍ଦୋଳନ ଜୋରଦାର କରିଛନ୍ତି। ବନ୍ଦ ପାଳନ ଯୋଗୁଁ ରାସ୍ତା ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ଥିଲା। ସେହିପରି ଦୋକାନ ବଜାର ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସୁବଳୟା କୁ ଏନଏସି ନକରିବା ପର୍ଯ୍ୟନ୍ତ ବାରମ୍ବାର ଆନ୍ଦୋଳନ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ଭୋଟ ବର୍ଜନ କରାଯିବ ବୋଲି ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। ଏଥିରେ ଏନଏସି କ୍ରିୟାନୁଷ୍ଠାନ କମିଟି ସଭାପତି ସଦାନନ୍ଦ ମହାନନ୍ଦଙ୍କ ନେତୃତ୍ବରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , ସାମ୍ବାଦିକ ରାଜେଶ ସେଠୀ, ବରିଷ୍ଠ ଆଇନଜୀବି ନନ୍ଦି କିଶୋର ମିଶ୍ର, ସାମ୍ବାଦିକ ସଞ୍ଜିବ ମେହେର, ପୂର୍ଣ୍ଣ ଚନ୍ଦ୍ର ମେହର,ହର ସାହୁ, ସଞ୍ଜୟ ବାଗ, ଯଦୁମଣି ମେହେରଙ୍କ, ଅଞ୍ଚଳର ବହୁ ଜନସାଧାରଣ ସାମିଲ ହୋଇଥିଲେ