-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ତରଭା( କପିଳାସ ସେଠ ) ଗାଁ କୀର୍ତ୍ତନ୍ୟ ମଣ୍ଡଳୀ ନିର୍ମାଣ ଆରମ୍ଭ ହେଲା I ନିର୍ମାଣ କାର୍ଯ୍ୟ ର ତିନି ମାସ ବିତି ଯାଇଥିଲେ ମଧ୍ୟ୍ୟଟଙ୍କା ପାଇଁ ଅଧିକାରୀଙ୍କୁ ଗୁହାର କରିଥିଲେ ରନିଙ୍ଗ ବିଳ ନ ମିଳିବାରୁ ସୋମବାର ଦିନ ଗୁହିରାଘାଟ ଗ୍ରାମ ବାସୀ
ତରଭା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେଅଭିନଵ ପ୍ରତିବାଦ କିର୍ତନ ମାଧ୍ୟମ ରେ କରିଥିଲେ । ଦେଖିଲେ ଓ ଶୁଣିଲେ ଅଡୁଆ ଲାଗୁଥିଲେ ମଧ୍ୟ୍ୟ କଥା ଟି ସତ । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ମାରାଡୁଗୋଚ୍ଛା ଗ୍ରାମପଞ୍ଚାୟତ ର ଗୁହିରାଘାଟ ଗ୍ରାମରେ ଏକ କୀର୍ତ୍ତନ୍ୟ ମଣ୍ଡଳୀ ନିର୍ମାଣ ଆରମ୍ଭ ହୋଇ ଥିଲା I ଗ୍ରାମବାସୀ ମାନେ ମଣ୍ଡଳୀ ନିର୍ମାଣ ନେଇ ଗ୍ରାମବାସୀ ମାନେ ଚାନ୍ଦା ମଧ୍ୟ୍ୟ କାରି କାମ କରିଥିଲେ I ହେଲେ ନିର୍ମାଣ କାର୍ଯ୍ୟ ର ଟଙ୍କା ନ ମିଳିବାରୁ ଗ୍ରାମବାସୀ ମୃଦଙ୍ଗ,ଗିନି ଏବଂ ଥାଳିର ତାଳେତାଳେ କିର୍ତନ ର ମହାମନ୍ତ୍ର ହରେକୃଷ୍ଣ ହରେରାମ ବଦଳରେ ଗାଉଥିଲେ ହରେ ଜେଇ ହରେ ଏ ଇ ଏବଂ ହରେ ହରେ ଜେଇ ଗୀତଗାଇ ପ୍ରତିବାଦ କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ରେ ଥିବା ସମସ୍ତ ଅଫିସରେ ଘୁରିବୁଳିଥିଲେ l । ସୁଚନା ଅନୁଯାୟୀ ତରଭା ବ୍ଲକ ମରାଡୁଗୋଚ୍ଛା ପଂଚାୟତର ଗୁହିରା ଘାଟ ଗ୍ରାମରେ ଗତ ୪ ମାସତଳେ ଏକ କୁଂଜଘର (କୀର୍ତ୍ତନ୍ୟ ମଣ୍ଡଳୀ )କାମ ହୋଇଥିଲା କିନ୍ତୁ କେଉଁ କାରଣ ରୁ ସ୍ଥାନିୟ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ବିଲ କରୁନାହାନ୍ତି । ବାରମ୍ବାର ଅଭିଯୋଗ ପରେବି ଫଳ ନମିଳିବାରୁ ତାର ପ୍ରତିବାଦରେ ସୋମବାର
ଗାଁର ଯୁବକ ମାନଙ୍କ ଏ ନିଆରା ପ୍ରତିବାଦକରିଥିଲେ । ଗାଁର ପ୍ରାୟ ୩୦ଜଣ ଯୁବକ ମୃଦଙ୍ଗ ,ଗିନି ଏବଂ ଥାଳି ବଜାଇ ବିଡିଓଙ୍କ ଅଫିସକୁ ଧଶେଇ ପସିବାଭଳି ଅଭାବନିୟ ଘଟଣା ଘଟିଥିଲା ।ବ୍ଲକ କାର୍ଯ୍ୟଳୟ ସମୁଖରେ ବହୁସମୟ ଧରି ବସିଥିଲେ I କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ସ୍ଥାନୀୟ ବିଡ଼ିଓ ଆନ୍ଦୋଳନ ସ୍ଥଳକୁ ଆସିଥିଲେ l ଠିକ ହିସାବରେ ନିଜର କର୍ତବ୍ୟ ସମ୍ପାଦନ କରୁନଥିବାରୁ ବିଡ଼ିଓ ଙ୍କ ସମୁଖରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଙ୍କୁ ଉପଢୌକନ ଏବଂ ପୁଷ୍ପମାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ ଆନ୍ଦୋଳନକାରୀ l ଟଙ୍କା ନ ଦେବା ପ୍ରାୟନ୍ତ ଆନ୍ଦୋଳନ ଜାରି ରହିବ ବୋଲିଆନ୍ଦୋଳନ କାରି ମାନେ କହିବା ସହ ବିଡ଼ିଓଅନିଲ କୁଳୁ ଙ୍କୁ ଲିଖିତଭାବେ ଜଣାଇ ଆନ୍ଦୋଳନ ଜାରି ରଖିଥିଲେ I ଏହି ଆନ୍ଦୋଳନ ସମୟରେ ସନ୍ତୋଷ ଡାଙ୍ଗ, ମକାରଧ୍ଵଜ ସାହୁ, ବାସୁ ସାହୁ,ମିତ୍ରବ୍ରତ ମିଶ୍ର,ହେମସାଗର ସାହୁ, ସୁବାସ ମହଲା, ସୁରେଶ ସୁନା, ବୁଧୁ ଥପା ଙ୍କ ସମେତ ପ୍ରାୟ 30 ଜନ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ l ଆସନ୍ତା ତିନି ଦିନ ମଧ୍ୟରେ ବିଲ ପୈଠ ହେବବୋଲି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତକରିଥିଲେ I
କପିଳାସ ସେଠ,
ତରଭା