-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ବ୍ୟସାୟିକ କେନ୍ଦ୍ର ଭାବେ ପରିଚିତ ବିନିକା ବ୍ଲକ କୁ ସବ ଡିଭିଜନ ମାନ୍ୟତା ପ୍ରଦାନ ଦାବିରେ ଆଜି ୧୨ଘଣ୍ଟିଆ ବିନିକା ବନ୍ଦ ସମୂର୍ଣ୍ଣ ସଫଳ ହୋଇଛି ।ସୂଚନା ଯୋଗ୍ୟ ଯେ ବିନିକା ସବ ଡିଭିଜନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଠାରେ ବିଚାରଧୀନ ରହିଛି ।କିନ୍ତୁ ପରିତାପର ବିଷୟ ଅଦ୍ୟାବଧି ବିନିକା କୁ ସବ ଡିଭିଜନ ମାନ୍ୟତା ପ୍ରଦାନ କରାଯାଉ ନଥିବାରୁ ଅଞ୍ଚଳବାସୀଙ୍କ ଠାରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି।ନିକଟ ଅତୀତରେ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ଗୋଟି ନୂତନ ଏନ ଏସି ଘୋଷଣା କରିଛନ୍ତି ।ହେଲେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଅଞ୍ଚବସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିବା ବିନିକା କୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରାଯାଉ ନାହିଁ ।ସବ ଡିଭିଜନ ଦାବୀ ନେଇ ଅନେକ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଛି ।ଉପଖଣ୍ଡ ଘୋଷଣା ବିଳମ୍ବ ପ୍ରତିବାଦରେ ଆଜି ବିନିକା ଅଞ୍ଚଳବାସୀଙ୍କ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।ଜରୁରୀ କାଳୀନ ସେବାକୁ ବାଦ ଦେଲେ ବାକି ସବୁ ଅନୁଷ୍ଠାନ ଗୁଡ଼ିକ ସ୍ୱତପ୍ରବୃତ ଭାବେ ବନ୍ଦ ରହିଥିଲା।ସେହିପରି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା ।ଅଞ୍ଚଳର ଜନସାଧାରଣ ସ୍ଥାନୀୟ କଲେଜ ଛକ ଠାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ମୋଟାମୋଟି ଆକାରରେ ବିନିକା ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଥିଲା ଅନ୍ୟ ପକ୍ଷରେ ଅଞ୍ଚଳର ଏହି ପ୍ରମୁଖ ଦାବିକୁ ହାସଲ କରିବା ପାଇଁ ଗତକାଲି ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ବିନିକା ସାମ୍ବାଦିକ ସଂଘ ତରଫରୁ ଅନୁଷ୍ଟିତ ସର୍ବ ଦଳୀୟ ବୈଠକ ରେ ସମସ୍ତ ରାଜନୈତିକ ଦଳର କର୍ମକର୍ତା,ସ୍ଵେଚ୍ଛାସେବୀ ଅନୁଷ୍ଠାନ,ସଚେତନ ନାଗରିକ ଯୋଗଦେଇ ମତାମତ ରଖିଥିଲେ।ପରେ ସମସ୍ତଙ୍କ ପ୍ରସ୍ତାବ କ୍ରମେ ଡେଲିଗେସନ କମିଟି ଗଠିତ ହୋଇଥିଲା ।ଉକ୍ତ କମିଟି ବିନିକା ସବ ଡିଭିଜନ ପ୍ରସ୍ତାବ ନେଇ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା,ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।