-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମକର ପଡିଆ ଠାରେ ଚାଲିଥିବା ଦୁଇଦିନିଆ ଦିବାରାତ୍ର ୪୫ତମ ସର୍ବ ଭାରତୀୟ ପଲଶାଗୋରା କପିଳେଶ୍ଵର ଭଲିବଲ ପ୍ରତିଯୋଗିତା ରବିବାର ବିଳମିତ୍ବ ରାତିରେ ଉଦଯାପିତ ହୋଇଯାଇଛି |ଉଦଯାପନୀ ରାତିରେ ଆୟୋଜିତ ଫାଇନାଲ ଖେଳ କିଟ ଭୁବନେଶ୍ୱର ଓ ବାଲେଶ୍ୱର ଦଳ ମଧ୍ୟରେ ହୋଇଥିବା ବେଳେ ଭୁବନେଶ୍ୱର ଦଳ ୨୫-୧୯,୨୫-୧୮, ୨୫-୧୬ ରେ ତିନିଟି ସେଟରେ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିଆନ ହୋଇଥିଲା |ଖେଳକୁ ଜାତୀୟ ସ୍ତରୀୟ ରେଫରୀ ପରକ୍ଷିତ ଖରସେଲ ଓ ରାଜୁ ଖରସେଲ ପରିଚାଳନା କରିଥିଲେ |ସ୍କୋରର ଭାବେ ସୁଶୀଲ ପ୍ରହରାଜ ଓ ଅଚ୍ୟୁତ ଖମାରୀ, କେଶବ ଖେତୀ ଧାରବିବରଣୀ ପ୍ରଦାନ କରିଥିଲେ |ପୁରସ୍କାର ବିତରଣୀ ଉତ୍ସବ ରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ଙ୍କ ସହ ଅନ୍ୟ ଅତିଥି ମାନେ ଯୋଗଦେଇ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ |ପ୍ରତିଯୋଗିତାରେ ଆନ୍ଦ୍ରପ୍ରଦେଶ, ଭିଳାଇ, ରାୟପୁର,ବାଲେଶ୍ୱର, ଭୁବନେଶ୍ୱର କିଟ, ବରଗଡ଼ ଦଳ ଅଂଶ ଗ୍ରହଣ କରିଥିଲେ |