-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ବିନା ସୁଧରେ 10 ଲକ୍ଷ ଟଙ୍କା ଋଣ ର ସୁଭାରମ୍ଭ l ଆଗଲପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ଉପାଧ୍ୟକ୍ଷା ନିରୁପମା ପଧାନ , ଜୋନ 2 ର ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାସ , ବିଡିଓ କୁଲଦୀପ ମହାନ୍ତି , ସି ଡି ପି ଓ ଜ୍ୟୋତିର୍ମୟୀ ନାୟକ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜଳ ଓ ପରିମଳ ବିଭାଗ ଅଧିକାରୀ ଦୂର୍ଗାପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ବି ପି ସି ମିଶନ ଶକ୍ତି ଅଧିକାରୀ ସଚିଦାନନ୍ଦ ଷଡ଼ଙ୍ଗୀ ଓ ବି ଏ ପି ସି ଏ ସୁଶାନ୍ତ ଗାଇ ଘରିଆ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମିଶନ ଶକ୍ତି ର ଶୁଭାରମ୍ଭ ଆରମ୍ଭ କରାଯାଇଥିବା ବେଳେ ମହିଳାମାନେ ନିଜ ନିଜ ସ୍ୱାବଲମ୍ବୀ ପାଇ ତିନୋଟି ମାଧ୍ୟମ ରେ ଆଗାମୀ ଦିନରେ ବିକାଶ ଧାରା ଆଗେଇ ଯିବାକୁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହି ବୈଠକ ରେ ମହିଳା ମାନେ ବ୍ୟାଙ୍କ୍ ଓ ମିଶନ ଶକ୍ତି ଙ୍କ ଦ୍ଵାରା ଋଣ ପରିଶୋଧ ସରକାରଙ୍କ ତରଫରୁ ଛାଡ଼, ଡ୍ରେସ ପରିଧାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରସାରିତ କରା ଯାଇଥିଲା l ବ୍ଲକ ର 462 ଗ୍ରୁପ ମିଶନ ଶକ୍ତି ମହିଳା ମାନ ଯୋଗ ଦେଇଥିଲେ l ବ୍ଲକ ର ଏସ ଏଚ ଜି ଗ୍ରୁପ ର ନଅଗାଁ ,କ , ହଲଦିପଦର , ବିନ୍ଧାପାଲି , ଡୁଡ଼ୁକ। ଓ ଅନ୍ୟାନ୍ୟ ମହିଳା ସଂଗଠନ କୁ ପୁରସ୍କୃତ କରାଗଲା । ଅତିଥିମାନେ ମା ସମଲେଇ ଙ୍କ ପ୍ରତିମୂର୍ତ୍ତି ରେ ପୂଜା କରାଯାଇ ସଭା ଆରମ୍ଭ କରାଗଲା ଏହାସହ ଅତିଥି ଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଶେଷରେ ବି ଡି ଓ କୁଲଦୀପ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l