-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ତୁଷୁରା (ପଞ୍ଚାନନ ନାଏକ) ଦଶମ ଶ୍ରେଣୀର ଛାତ୍ର ଅର୍ଗନ । ବୟସ ମାତ୍ର ୧୫ ବର୍ଷ । ହେଲେ ବିଧିର ବିଧାନ କିଛି ଅଲଗା । ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯିବାରୁ ସେଠାରେ ଲିମ୍ପୋମା ଟ୍ୟୁମର ହୋଇଥିବା ନେଲ ଜାଣିବାକୁ ପାଇଥିଲେ । ପରେ ତାହା କ୍ୟାନସର ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ ଭୁବନେଶ୍ବରରେ ଛଅମାସ ହେଲାଣି ଏମ୍ସରେ ଚିକିତ୍ସା ଚାଲିଛି । ଅର୍ଥ ଅଭାବରୁ ଏଥିରେ ବଧା ହେଇଥିବାରୁ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି । ସମ୍ବଲପୁରର ୧୫ ବର୍ଷର ବାଳକ ଆର୍ଗନ କୁମାର ନାଏକ। ସମ୍ବଲପୁର ଜଗନ୍ନାଥ କଲେନିର ଜିତା ନାଏକଙ୍କ ଗୋଟିଏ ମାତ୍ର ପୁଅ ଆର୍ଗନ । ଛଅ ମାସ ତଳେ ହୃଦ୍ଘାତରେ ସ୍ଵାମୀଙ୍କୁ ହରାଇଛନ୍ତି । ଉଭୟଙ୍କ ବିବାହ ପରେ ପରିବାର ଲୋକ କେହି ପଚାରୁ ନାହାନ୍ତି । ସ୍ବାମୀ ଚାଲିଯିବା ପରେ ଏକ ଘରୋଇ ସଂସ୍ଥାରେ ନାଚ ଓ ଗୀତ ସିଲାଇ ଶିଖାଇ ପୁଅକୁ ପାଠ ପଢ଼ାଇବା ସହ ପରିବାର କଷ୍ଟମଷ୍ଟେ ଚଲାଇ ନେଉଥିଲେ । କିନ୍ତୁ ଗତ କିଛି ମାସ ହେବ ତାଙ୍କ ପୁଅ ଅସୁସ୍ଥ ହେବାରୁ ସମ୍ବଲପୁରର ଏକ ଘରୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡ଼ାକ୍ତର ଏହା କ୍ୟାନସର ବୋଲି କହିଥିଲେ । ଏହା ଜାଣିବା ପରେ ଭୁବନେଶ୍ବର ଏମ୍ସକୁ ଚିକିତ୍ସା ପାଇଁ ଗଲେ । ଛଅମାସରୁ ଉର୍ଦ୍ଧ୍ବ ହେବ ଚିକିତ୍ସା ଚାଲିଥିବାରୁ ବର୍ତ୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ପାଖରେ ଥିବା ସଞ୍ଚୟ ଟଙ୍କା ଚିକିତ୍ସାରେ ସରିଯାଇଛି । ପରିବାର କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ କେହି କିଛି ସାହାର୍ଯ୍ୟ କରୁ ନାହାନ୍ତି । ଏକ ମାତ୍ର ରୋଜଗାରକ୍ଷମ ସ୍ବାମୀ ମଧ୍ୟ ଆଉ ନାହାନ୍ତି। କୌଣସି ସରକାରୀ ଯୋଜନାରେ ଏବେ ପର୍ଯ୍ୟନ୍ତ କୌଣସି ସାହାଯ୍ଯ ମିଳି ନାହିଁ | ଯଦି କେହି ସହୃଦୟ ବ୍ୟକ୍ତି ସହାୟତା କରନ୍ତି, ତେବେ ଅର୍ଥ ଅଭାବରୁ ତାଙ୍କ ପୁଅ ଆର୍ଗନ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବାକୁ ବିନମ୍ର ଅନୁରୋଧ କରିଛନ୍ତି । ରାଜ୍ୟ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହାନ୍ତି ତେବେ ମୋବାଇଲ ନମ୍ବର ୮୧୧୪୯୮୬୩୬୫ରେ ଯୋଗାଯୋଗ କରିବାକୁ ଅନୁରୋଧ।