-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ )/ : ଦୀର୍ଘଦିନ ହେଲା ଅବହେଳିତ ହୋଇ ପଡ଼ି ରହିଥିବା କଣ୍ଟାମାଳକୁ ଗତ ୨୪ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏନଏଏସି ଘୋଷଣା କରିଛନ୍ତି । ବିଜ୍ଞାପିତ ଅଂଚଳ ପରିଷଦ ମାନ୍ୟତା ମିଳିବା ପରେ କଣ୍ଟାମାଳରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏନେଇ ସୋମବାର କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ କୋର୍ଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୁଦ୍ଧିଜୀବୀ, ରାଜନୈତିକ ପ୍ରତିନିଧି, ବଣିକ ସଂଘ, କୃଷକ ସଂଗଠନ, ବରିଷ୍ଟ ନାଗରିକ, ବିଭିନ୍ନ ସଂଗଠନ, ନାଗରିକ କମିଟି, ସାମାଜିକ ସଂଗଠନ,ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି । କଣ୍ଟାମାଳକୁ ଏନ୍ ଏ ସି ମାନ୍ୟତା ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ମାନ୍ୟତା ମିଳିବା ପରେ କଣ୍ଟାମାଳ ଅଞ୍ଚଳବାସୀ
ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ମହିଧର ରଣା, ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲାପାଳ ଜେ.ସୋନାଲ ଆଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ୍ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ଦୂତୀଆ ଚରଣ ସାହୁ, ସମ୍ପାଦକ ମନୋଜ ଶର୍ମା, ଆଇନଜୀବି କୈଳାସ ବାରିକ, ରାଧାବଲ୍ଲଭ ପ୍ରଧାନ, ନରୋତ୍ତମ ମେହେର, ଶେଷଦେବ ବଗର୍ତ୍ତି, ନୀଳାମ୍ବର ପ୍ରଧାନ, ସୁରେଶ ରଣା, ଶମ୍ଭୁ ସାହୁ, ତ୍ରିବିକ୍ରମ ପୁଝାରୀ, ତୁଳସିଦାସ ଶର୍ମା, କୃଷକ ସଂଘ ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ବରିଷ୍ଠ କୃଷକ ନେତା ଘନଶ୍ୟାମ ବୁଡାଏକ, ସରପଞ୍ଚ ପ୍ରତିନିଧି ପ୍ରମୋଦ ରଣା, ଜେମାକାନ୍ତ ନାୟକ,ସମାଜସେବୀ ରବି ସାହୁ, ବରିଷ୍ଠ ନାଗରିକ ଦେବୀ ପ୍ରସାଦ ନାଏକ, ବଣିକ ସଂଘ ସଭାପତି ବଜରଙ୍ଗ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଗଜିନ୍ଦ୍ର ସାହୁ, ସୀତାରାମ ଖଟୁଆ ଓ ଭାଗ୍ୟବାନ ପଲିଆ ପ୍ରମୁଖ ସହ ଗଣମାଧ୍ୟମ ପ୍ରତିନିଧି ତଥା ଅଞ୍ଚଳବାସୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କଣ୍ଟାମାଳକୁ ସବଡିଭିଜନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।