-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଧ ଫେରସ୍ତକୁ ନେଇ ମେଘା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ମିଶନ ଶକ୍ତିର ସ୍ୱୟଂ ସହାୟତା ଗୋଷ୍ଠୀର ମା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ, ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହାସହ ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏହି ଅବସରରେ ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ଡାବୁଗାଁ ସିଡିପିଓ ମିନତୀ ଦାସଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମୋନହର ରନ୍ଧାରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟତା ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସାନମାନିତା ଆତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଏ ବିଡ଼ିଓ ପଦ୍ମନାଭ ତ୍ରିପାଠୀ ତାହା ଷ୍ଟେଟ ବ୍ୟାଙ୍କ ଶାଖା ପାରିଚାଳକ ନୀତେଶ ସ୍ୱାଇଁ ଉପସ୍ଥିତି ଥିଲେ । କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକର ସମସ୍ତ ସରପଞ୍ଚ,MBK, CRP, GPLF, BLF, ଅଙ୍ଗନବାଡି ୱାର୍କର ଏଵଂ ମିଶନ ଶକ୍ତିର ବ୍ଲକ ଦାୟିତ୍ୱରେ ଥିବା ସୁପ୍ରଭାଇଜର ରାଜାଲିନ ମେଇଡମ, ନବୀନ ଭତ୍ରା, ଦୁର୍ଗା ବାବୁ ତଥା ସମସ୍ତ ସରକାରୀ କର୍ମଚାରୀ ମାନେ ଉପସ୍ଥିତି ଥିଲେ।