-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଆମ ହସ୍ପିଟାଲ ର ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଲୋକାର୍ପଣ ଉତ୍ସବ ଅବସରରେ ବୌଦ୍ଧ ଜିଲ୍ଲାର ଦୁଇଟି ହସ୍ପିଟାଲ ଯଥା କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ଚିକିତ୍ସାଳୟ କୁ 5-ଟି ଅଧୀନ ଆମ ହସ୍ପିଟାଲ ରେ ସାମିଲ କରାଯାଇଛି l ଆଭାସୀ ମାଧ୍ୟମରେ ଆଜି ଅପରାହ୍ନ 5ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ର ଏହି ଦୁଇଗୋଟି ହସ୍ପିଟାଲ
ସମେତ ଓଡ଼ିଶାର 15ଟି ଜିଲ୍ଲାର ମୋଟ 67ଟି ରୂପାନ୍ତରିକରଣ ହସ୍ପିଟାଲ ର ଲୋକାର୍ପଣ କରିଛନ୍ତି l ଏହି କ୍ରମରେ କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି l କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମ ରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ମନମୁଣ୍ଡା ମେଡିକାଲ ଅଫିସର ଡକ୍ଟର ମହେନ୍ଦ୍ର ସୋଏ,
କଣ୍ଟାମାଳ ମେଡିକାଲ ଅଫିସର ଡକ୍ଟର ଜଗଦୀଶ ସେଠି,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଦୁଷ୍ମନ୍ତ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ଇଂ.ରବୀନ୍ଦ୍ର କୁମାର ଆଚାରି , ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ.ଦିବ୍ୟଲୋଚନ ନାୟକ ପ୍ରମୁଖ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାମାଳ ବ୍ଲକର ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନବାଡିକର୍ମୀ ସମେତ କଣ୍ଟାମାଲ ଆମହସପିଟାଲର ସମସ୍ତ ଡାକ୍ତର, ଅଧିକାରୀ,କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ l