-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ଦର୍ଶନ ବିଭାଗ ଦ୍ଵାରା 'ଭଗବତ ଗୀତା ଜୀବନ ପରିଚାଳନାର ଏକ ଉତ୍ସ' ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ରୂପେ ଗୀତା ପରିବାର ପୁନେ ର ମୁଖ୍ୟ ପ୍ରଶିକ୍ଷଣ ଇଂ. କେ କେ ଆର ପାତ୍ର, ମୁଖ୍ୟ ଅତିଥି ରୂପେ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର, ସ୍ନାକତୋତ୍ତର ପରିଷଦ ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟ ସହଯୋଗୀ ପ୍ରାଧ୍ୟାପକ ରାଜ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଦର୍ଶନ ବିଭାଗ ପକ୍ଷରୁ ସହକାରୀ ପ୍ରାଧ୍ୟାପିକା ଡ଼ ପଙ୍କୋଜିନୀ ମୂଲିଆ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସହକାରୀ ପ୍ରାଧ୍ୟାପକ ଶ୍ରୀ ବଂଶୀଧର ଦୀପ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଡ଼ କେ କେ ଆର ପାତ୍ର ବିଷୟ ବସ୍ତୁ - ଭଗବତ ଗୀତା; ଜୀବନ ପରିଚାଳନାର ଏକ ଉତ୍ସ ଉପରେ ଆଲୋକପାତ କରି ଭାରତ କିଭଳି ଭାବରେ ଏକ ବିଶ୍ୱଗୁରୁ ନୁହେଁ ବରଂ ଏକ ବିଶ୍ଵ ଗୌରବର ଉତ୍ସ ହୋଇ ପାରିବ ଓ ଯୁବ ପିଢ଼ି ଙ୍କ ଜୀବନ ଏବଂ ଦର୍ଶନରେ ଭଗବତ ଗୀତା କିଭଳି, କିପରି, କାହିଁକି ଗୁରୁତ୍ଵପୁର୍ଣ୍ଣ ଆଲୋଚନା କରି ଥିଲେ । ମୁଖ୍ୟ ଅତିଥି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ଭଗବତ ଗୀତାର କର୍ମଯୋଗ ଉପରେ ଗୁରୁତ୍ବ ଦେଇ ନିଷ୍ାମକର୍ମ ମାଧ୍ୟମରେ ଜୀବନ ପରିଚାଳନା କରିବା ନିମନ୍ତେ ଛାତ୍ରଛାତ୍ରୀ ମାନକୁ ଉପଦେଶ ଦେଇ ଥିଲେ। ଏହି ଆଲୋଚନାଚକ୍ରକୁ ରାଜିବ ଲୋଚନ ଦାସ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଜାଭିୟର ଖେସ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗ ର ଅଧ୍ୟାପକ ଚିତ୍ତ ରଂଜନ ପରିଡ଼ା ସହଯୋଗ କରି ଥିଲେ। ଦର୍ଶନ ବିଭାଗର ଛାତ୍ରଛାତ୍ରୀ ମାନେ ଆଲୋଚନାଚକ୍ରରେ ଭାଗ ନେବା ସହ ଅନ୍ୟାନ୍ୟ ବିଭାଗର ପ୍ରାଧ୍ୟାପକ,ପ୍ରଧ୍ୟାପିକା, ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଅନେକ ସଂଖ୍ୟାରେ ଅଂଶ ଗ୍ରହଣ କରି ଥିଲେ ।