-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
26-Feb-2024
ସମ୍ବଲପୁର: (ସଂଜୀବପାଣିଗ୍ରାହୀ) ଆଜି ସମ୍ବଲପୁର ତପସ୍ୱନୀ ହଲ ଠାରେ ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଓ ନଗର ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ସଭାରେ ଡିପିଏଚଓ ଡା.ଅଶୋକ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ।ସିଟି ମେଡିକାଲ ଅଫିସର ଡା. ମହେନ୍ଦ୍ର ନନ୍ଦ,ଏଡିପିଏଚଓ ଡା.ପ୍ରଦୀପ କୁମାର ହୋତା ଓ ଲେପ୍ରସି ଅଫିସର ଡା.ପ୍ରମୋଦ କୁମାର ବିଶ୍ୱାଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ସହରକୁ ସୁସ୍ଥ ବସ୍ତି ସୁସ୍ଥ ସହରରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ସଭାରେ ନଗର ସ୍ୱାସ୍ଥ୍ୟ ସମିତି ସିପିଏମ ନିକୁ ରଞ୍ଜନ ପ୍ରତିହାରୀ ମହିଳା ଆରୋଗ୍ୟ ସମିତିର ଲକ୍ଷ ଓ ଉଦ୍ଦେଶ୍ଯ ସଂପର୍କରେ ବୁଝାଇବା ସହିତ ଶେଷରେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବିଭିନ୍ନ ସଚେତନାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ପଲ୍ଲବୀ ରାୟ ସଂଯୋଜନା କରିଥିଲେ।ଏହା ପୁର୍ବରୁ ମହିଳା ଆରୋଗ୍ୟ ସମିତି,ଆଶା,ଡାକ୍ତର,ଫାର୍ମାସିଷ୍ଟ ପ୍ରଭୃତି ସହଯୋଗୀ କର୍ମଚାରୀ ମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏନଏଚଏସଏମର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।