-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
20-Feb-2024
( କେଶବ ମେହେର ରିପୋର୍ଟ)
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଗାଈଗାଁ ଗ୍ରାମ ପଞ୍ଚାୟତ ଠାରେ ମଙ୍ଗଳ ବାର ଦିନ ଆମ ଓଡ଼ିଶା ନବୀନ ଓଡିଶା,,ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟ କ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଓ ସ୍ଥାନୀୟ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ଶବର ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଉକ୍ତ କାର୍ଯ୍ୟ କ୍ରମ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନାଭ ପୁରୋହିତ, ସମ୍ମାନିତ ଅତିଥି ଭାବରେ ବିଜୁ ଜନତା ଦଳ ବରିଷ୍ଠ ଯୁବ ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ମଣ୍ଠୁ ନାଏକ ସହକାରୀ ଯନ୍ତ୍ରୀ ଶ୍ରୀ ଅନନ୍ତ କୁମାର ମହାଳିକ,ସିପି ସାର ଶ୍ରୀ ମାନସ ବାଗ, କନିଷ୍ଟ ଯନ୍ତ୍ରୀ ଶ୍ରୀ ତପଶ୍ମିତା ସାମନ୍ତରାଏ, ,ଯୋଗଦେଇଥିଲେ।ସେହିପରି ଭାବେ ନିମନ୍ତ୍ରିତ ଅତିଥି ଭାବେ ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ସୁନୀତା ଶବର,ଗୋକୁଲେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ କେଶୁ ଲାଲ ତାଣ୍ଡି , ସ୍ଥାନୀୟ ନାଏକ ସରପଞ୍ଚ ଶ୍ରୀମତୀ ଲେମ୍ବୁ ବତି ଶବର,ଉକ୍ତ ଗ୍ରାମ ପଞ୍ଚାୟତ ର GRS ,ୱାର୍ଡ ସଭ୍ୟ ,ସଭ୍ୟା, ଓ , ଆଶା , ଅଙ୍ଗନୱାଡ଼ି, MBK,CRP, ମିଶନ ଶକ୍ତି SHG, ମା ମାନେ ଓ ଉକ୍ତ ଅଞ୍ଚଳ ର ଅନେକ ବୁଦ୍ଧଜୀବୀ ବା ଅନେକ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଓ ରାଜ୍ୟ ସରକାରଙ୍କ ବା ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଜଗନ୍ନାଥ ସସ୍କୃତି ର ସଂରକ୍ଷଣ ଓ ଅନେକ ଧାର୍ମିକ ସ୍ଥଳୀ ବା ମହିଳା ସଶକ୍ତି କରଣ,ବ୍ୟକିଙ୍ଗି,ଶିକ୍ଷା,କ୍ରୀଡା,ଓ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ପୁଙ୍ଖା ନୁ ପୁଙ୍ଖା ଭାବରେ ଆଲୋଚନା କରିଥିଲେ।ଓ ଅନେକ ସଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁତ୍ ସୁନ୍ଦର୍ ଭାବେ ସଭା ପରିଚାଳନା ଶ୍ରୀ ଗିରିଜା ବେହେରା lସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।