-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ପାକ୍ଷିକ ' ତକ୍ଷକ ' ର ବାର୍ଷିକୋତ୍ସବ ଅନୁଷ୍ଠିତ : ' ନିଉଜ୍ ରେ ଭିଉଜ୍ ଦିଆଯିବାର ଆବଶ୍ୟକତା ରହିଛି '

19-Feb-2024



ବଲାଙ୍ଗୀର : ବଲାଙ୍ଗୀରରୁ ପ୍ରକାଶ ପାଉଥିବା ରଙ୍ଗୀନ୍ ସମ୍ଭ୍ରାନ୍ତ ପାକ୍ଷିକ ସମ୍ବାଦପତ୍ର ' ତକ୍ଷକ ' ର ୧୮ ତମ ସ୍ୱନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ରୁଗୁଡିପଡା ଶେରସୁଆଁଗୁଡିଠାରେ ଆଡମ୍ବରରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବହୁଭାଷୀ କବିତା ଆସର , ଉଦ୍ଘାଟନୀ ସଭା , ସମ୍ବର୍ଦ୍ଧନା ପର୍ବ , ହାସ୍ୟକବି ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପତ୍ରିକାର ବାର୍ଷିକସଂଖ୍ୟା ସହ ଚଳିତ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।

ପ୍ରଥମେ ଆବହସଂଗୀତ ଓ ଭଜନ ଗାନ ହୋଇଥିଲା ଓ ଏହାକୁ ସୁମି ମହାନ୍ତି ଓ ଅମିତ ମହାନ୍ତି , ହାସ୍ୟକବି ଅର୍ଜୁନ ସାହୁ ଓ ପୂଜାରୀ ଗ୍ରୁପ୍ ପରିବେଷଣ କରିଥିଲେ । ଏହାପରେ କବି କଳାକାର କପିଳେଶ୍ୱର ଖମାରୀ , ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ ଓ ବରଗଡର ବ୍ୟଙ୍ଗକବି ନୀତିଶ୍ ଆଚାର୍ଯ୍ୟ ମଂଚାସୀନ ଥିବାବେଳେ କବୟତ୍ରୀ ଚୁମ୍ କୀ ଦାଶ ( ମିଶ୍ର ) ଏବଂ କବି ରତ୍ନମୟ ତ୍ରିପାଠୀ ସଂଯୋଜନାରେ ବଲାଙ୍ଗୀର , ସୋନପୁର , ବରଗଡର ଶତାଧିକ କବି / କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

 ପତ୍ରିକାର ମୁଖ୍ୟ- ସମ୍ପାଦକ ମ ଳ ୟ ମି ଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଗୀତିକାର ଓ ସୁସାହିତ୍ୟିକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ , ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ସ୍ୱଦେଶୀ ଜାଗରଣ ମଞ୍ଚର ସଦସ୍ୟ ଅନ୍ନଦା ପ୍ରସାଦ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ଲେଖକ ଶଶିଭୂଷଣ ମିଶ୍ର ଅଭିଭାଷଣ ଦେଇଥିଲେ । 'ତକ୍ଷକ ' ର ସମ୍ପାଦକ ବିଶ୍ୱମୟ ପୂଜାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଅଭିନେତା ହିମାଂଶୁ ଖମାରୀ ପ୍ରାରମ୍ଭିକ ଭାଷଣ ଦେଇଥିବାବେଳେ କବି - ଅଭିନେତା - ପ୍ରଶାସକ ଗୋବର୍ଦ୍ଧନ ଭୋଇ ସଭା ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ମାଆ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।


ମୁଖ୍ୟବକ୍ତା କହିଥିଲେ ଯେ , ପୂର୍ବଠାରୁ ସମ୍ବାଦପତ୍ରଗୁଡିକର ଖବର ପରିବେଷଣର ଶୈଳୀ ଅଧିକନ୍ତୁ ବ୍ୟବସାୟିକ ହୋଇପଡିଥିଲବେଳେ ଗୁଣାତ୍ମକମାନ ହ୍ରାସ ପାଇଛି । ଅଧୁନାତନ ସୋସିଆଲ୍ ମିଡିଆ ଅସାମାଜିକତାର ପ୍ରଚାର ପ୍ରସାର କରୁଛି । ଖବର ବା ନିଉଜ୍ ରେ ଟଣାଓଟରା , ବିବରଣୀ ଓ ଅନ୍ୟାନ୍ୟ ବିବାଦୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବାରୁ ସମାଜରେ ଖରାପ ପ୍ରଭାବ ପଡୁଛି । ଏଣୁ ଏବେ ନିଉଜ୍ ଭିତରେ ଗଠନମୂଳକ ଭିଉଜ୍ ର ଆବଶ୍ୟକତା ରହିଛି । ଏବଂ କେବଳ ପ୍ରିଂଟ୍ ମିଡିଆରେ ହିଁ ଏହା ସମ୍ଭବ । ଏହା ଏକ ଉତ୍ତମ ରାଷ୍ଟ୍ରଗଠନରେ ସହାୟକ ହୋଇପାରିବ ।

ମୁଖ୍ୟଅତିଥି ଶ୍ରୀ ଗୁରୁ ତାଙ୍କର ସ୍ୱଳ୍ପ ଅଭିଭାଷଣରେ 'ତକ୍ଷକ' ର ଭୂମିକାକୁ ପ୍ରଶଂସା କରିବା ସହିତ ଏହା ଏକ ଉଚ୍ଚମାନର ସମାଲୋଚନାର ସମ୍ବାଦପତ୍ର ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ମିଶ୍ର ' ତକ୍ଷକ ' ନାମକରଣର ପୌରାଣିକ ଅର୍ଥ ବ୍ୟାଖ୍ୟା କରିଥିଲେ । ମୁଖ୍ୟ-ସମ୍ପାଦକ ଶ୍ରୀ ମିଶ୍ର ତାଙ୍କର ସଭାପତୀୟ ଅଭିଭାଷଣରେ ପତ୍ରିକାର ଉଦ୍ଦେଶ୍ୟ , ତର୍ଜମାତ୍ମକ ସାମ୍ବାଦିକତା ଓ ଗଣମାଧ୍ୟମର ସାମୂହିକ ପ୍ରଭାବ ସମ୍ପର୍କରେ ସାରଗର୍ଭକ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବଲାଙ୍ଗୀର ଜିଲ୍ଲାର ୧୧ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଅନନ୍ତରାମ ମେହେର , ବୁର୍ଲା ଭୀମସାରର ପ୍ରଫେସର ଡା ବେଣୁଧର ପାଣ୍ଡେ , କ୍ରୀଡାବିତ୍ ସୁକାନ୍ତ ପାଣିଗ୍ରାହୀ , ସମାଜସେବୀ ରଞ୍ଜୁ ରାୟମନ୍ , ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ , ଅବସରପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ , କବୟତ୍ରୀ ଚୁମ୍‌କୀ ଦାଶ (ମିଶ୍ର ) , ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଶ୍ରୀ ଅନ୍ୱେଷା ଷଡଙ୍ଗୀ , ଶ୍ରୀ ମୋଦୀ ତଥା ଅନ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । 

ଏହାସହିତ ବ୍ୟଙ୍ଗକବି / କବୟତ୍ରୀ ନୀତିଶ୍ ଆଚାର୍ଯ୍ୟ , ଅଚ୍ୟୁତ ପୁରୋହିତ , ସୋନାଲୀ ପାଢୀ ଓ ଅନ୍ୟମାନଙ୍କୁ ମୋମେଣ୍ଟୋ ପ୍ରଦାନ ପରେ ସେମାନଙ୍କର ହାସ୍ୟକବିତା ପାଠ କରି ଉପସ୍ଥିତ ଦର୍ଶକମଣ୍ଡଳୀଙ୍କର ମନୋରଞ୍ଜନ କରିଥିଲେ । ଶେଷରେ 'ପ୍ରେରଣା ' ର ସମ୍ପାଦକ ରଘୁନନ୍ଦନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବଲାଙ୍ଗୀର ସହର ଓ ଜିଲ୍ଲା ସମେତ ସୁବର୍ଣ୍ଣପୁର , ବରଗଡ ଓ ଭୁବନେଶ୍ୱରରୁ କବି , କଳାକାର , ସାମ୍ବାଦିକଙ୍କ ସମେତ ସହଶ୍ରାଧିକ ବୁଦ୍ଧିଜୀବୀଙ୍କର ସମାବେଶ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like