-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
19-Feb-2024
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନାର ରେଲୱେ ୟାର୍ଡ ଠାରେ ରାଣୀ ଦୁର୍ଗାବତୀ ମହିଳା ମଣ୍ଡଳ ଦ୍ୱାରା ଆୟୋଜିତ ଗୋଣ୍ଡ ସମାଜର ଏକ ବନ୍ଧୁ ମିଳନ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଗୋଣ୍ଡ ସମାଜର ଆରାଧ୍ୟ ଇଷ୍ଟ ଦେବ ପ୍ରଭୁ ବଡ଼ଦେଓଙ୍କୁ ପୂଜାର୍ଚ୍ଚନା ପରେ ମହିଳା ମଣ୍ଡଳର ଅଧ୍ୟକ୍ଷ ଶ୍ରୀମତୀ ବୀଣାପାଣି ନେଟିଙ୍କ ଦ୍ଵାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ମହିଳା ମଣ୍ଡଳର ସମ୍ପାଦିକା ଶ୍ରୀମତୀ ଦଶମୀ ମାଝୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଗୋଳାବାରୁଦ କାରଖାନାର ଅବସର ପ୍ରାପ୍ତ କାର୍ଯ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସତ୍ୟନାରାୟଣ କୁମୁରା ଯୋଗଦେଇ ତାଙ୍କ ବକ୍ତବ୍ୟରେ ସମାଜକୁ ସୁଦୃଢ କରିବାକୁ ହେଲେ ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ନିଶା ମୁକ୍ତ ସମାଜ ହେଲେ ସମାଜର ଉନ୍ନତି ହେବ ବୋଲି ସମସ୍ତଙ୍କୁ ସଚେତନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜୀବ ପ୍ରସାଦ ଭୋଇ,ନରସିଂହ କୁଅଁର, ଟିପେଶ୍ବର ମାଝୀ, ଭୁବନେଶ୍ୱର ଧରୁଆ,ତ୍ରିନାଥ ଧରୁଆ,ଗୋପାଳ ମାଝୀ, ଯଦୁମଣି ନାଏକ,ଜୟରାମ ନାଏକ,ବୈଷ୍ଣବ ଧରୁଆ, ଦେବଦତ୍ତ ନାଏକ,ଶଶୀ ଭୂଷଣ ନାଏକ,ଉଦୟ ଭାନୁ ନାଏକ,ସଦାଶିବ ଧରୁଆ,ଇନ୍ଦୁ ନାଏକ,ଶୈଳବାଳା ନାଏକ,ବବିତା ଧରୁଆ,ନଳିନୀ ଧରୁଆ,ଅହଲ୍ୟା ମାଝୀ, ଶକୁନ୍ତଳା ନାଏକ,ବସୁମତୀ ଧରୁଆ, ଗୀତାଞ୍ଜଳି କୁମୁରା ଯୋଗ ଦେଇ ସମାଜର ଉନ୍ନତି କାମନା କରିଥିଲେ। ଶେଷରେ ମହିଳା ମଣ୍ଡଳ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମହିଳା ମଣ୍ଡଳର କୋଷାଧ୍ୟକ୍ଷ ଶ୍ରୀମତୀ ମୁଖୀ ଧରୁଆ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ।