-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
19-Feb-2024
ତୁଷୁରା(ପଞ୍ଚାନନ ନାଏକ) ତିନିଦିନ ଧରି ତୁଷୁରା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପରିସରରେ ଗାୟତ୍ରୀ ପୀଠର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ-୨୦୨୪ ପାଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସହ ସମ୍ପନ୍ନ ହୋଇ ଯାଇଛି। ଭିକାରୀ ଚରଣ ସାହୁ, ସଙ୍ଗୀତ କୁମାର ଜୈନ, ହରିଶ ଅଗ୍ରୱାଲ, ଲଳିତ ଶର୍ମା, ମନୋଜ ଜୈନ କର୍ତ୍ତା ତୁଲାଇଥିବା ବେଳେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଋଶିପୁତ୍ର ଭୂବନେଶ୍ବର ଥପ୍ପା ଓ ତାଙ୍କର ଟୋଲି ସଂସ୍କାର କାର୍ଯ୍ୟକ୍ରମ ଆଦି କରିଥିଲେ । ନାମକରଣ, ଅନ୍ନ ପ୍ରାଶନ, ମୁଣ୍ଡନ, ବିଦ୍ୟାରମ୍ଭ ଆଦି ସଂସ୍କାର ନିଶୁଳ୍କ କରାଯାଇଥିଲା। ଜଗଦିଶ କେଡିଆ, ରାଧାରମଣ କେଡିଆ, ସାୱରିଆ ଜୈନ, ସନ୍ତୋଷ ସାହୁ ଆଦି ସହଯୋଗ କରିଥିଲେ।