-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
ଡାବୁଗାଁ-(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥୁରେ ବିଭିନ୍ନ ବିଭାଗର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ସଚେତନ କରାଇବା ସହ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ତାଲିକା, ପ୍ରକଳ୍ପ ତାଲିକା ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ତାଲିକା ପ୍ରସ୍ତୁତ କରିବାହେଉଛି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ । ଜବାଗୁଡା ପଞ୍ଚାୟତ ସରପଞ୍ଚ ଗୋମତୀ ଭତରା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥ୍ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସମିତି ସଭ୍ୟ ପଦ୍ମିନୀ ବିଶୋଇ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଡାକ୍ତର ପ୍ରଦ୍ୟୁମ୍ନ କର, କୃଷି ଅଧୂଦର୍ଶକ ନୀଳକଣ୍ଠ ପଣ୍ଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୀଡାଞ୍ଜଳୀ ବସ୍ତିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଗ୍ରାମ ରୋଜଗାର ସେବିକା ପଦ୍ମାବତୀ ମାଝି, ଯୋଗାଣ ସହାୟକ ଦୀପକ କୁମାର ମୁଣ୍ଡ, ଯୋଗାଣବିଭାଗ କର୍ମଚାରୀ ସାମୁଏଲ ସାଧୁ, ରଘୁ ଭତରା, ଓ ସମସ୍ତ ୱାର୍ଡ ସଭ୍ୟସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | ଏଥିରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସେହିପରି ନନ୍ଦପୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ମଇନା ଜାନୀ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥ୍ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥ୍ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଧାୟକ ପ୍ରତିନିଧୂ ଏମ୍ ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ଶରତ ମାଝି, ସମିତି ସଭ୍ୟ ରାଇଧର ବିନ୍ଧାଣି, ନାଏବ ସରପଞ୍ଚ ରାଜୁ ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଗ୍ରାମ ରୋଜଗାର ସେବକ ସୌମ୍ୟକାନ୍ତି ଚୌଧୁରୀ ଓ ବଳଦେବ ଚାଲାଣ, ଯୋଗାଣ ସହାୟକ ଧନିରାମ ମାଳୀ, ପେସା ସଂଯଜକ ଶୁଭଶ୍ରୀ ମାହାଙ୍କୁଡ଼,ମହେଶ ଦାସ ପନକା, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏବଂ ବିଭିନ୍ନ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏଥୁରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।