-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ସମଗ୍ର ରାଜ୍ୟ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବେଲପଡା ବ୍ଲକ ରେ ମଧ୍ୟ ଚାଲୁରହିଛି। ଆଜି ବେଲପଡା ବ୍ଳକ ସିହିନୀ ଗ୍ରାମ ପଞ୍ଚାୟତରେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଆମ ଓଡ଼ିଶା ନବୀନ ଓଡ଼ିଶା ର ବ୍ଳକ ନୋଡାଲ ଅଫିସର୍ ପାଣ୍ଡବ ମଲ୍ଳିକ, ସରପଞ୍ଚ ଶ୍ରଦ୍ଧାଞ୍ଜଲି ବେହେରା, ସମିତି ସଭ୍ୟ ସୁନିଲ ଶବର,ଜିପିଇଓ ଦେବେନ୍ଦ୍ର ସାହୁ,ନାଏବ ସରପଞ୍ଚ ତେଜୁ ରଣା, ସମାଜସେବୀ ରାଜା ବେହେରା, ସମାଜସେବୀ ପ୍ରହଲ୍ଲାଦ ମେହେର ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର୍ ପାଣ୍ଡବ ମଲ୍ଳିକ ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିବା ବେଳେ ଅଞ୍ଚଳର ପ୍ରତ୍ୟେକ ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିହିନୀ ପଞ୍ଚାୟତ ର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ। ପରିଶେଷରେ ନୋଡାଲ ଅଫିସର୍ ପାଣ୍ଡବ ମଲ୍ଳିକ ଧନ୍ୟବାଦ ଅର୍ପଣ କରି ସଭାସ୍ବାଙ୍ଗ କରିଥିଲେ।