-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ରାଜନୀତି

କଂଗ୍ରେସ ବିଧାୟକଙ୍କୁ ବିଜେଡିର ଟାର୍ଗେଟ... ବିକାଶ ପ୍ରକଳ୍ପକୁ ନେଇ ହୋଡିଂ ଲଗାଇ ବାହାବଃା ନେଉଛନ୍ତି ବିରୋଧୀ

13-Feb-2024



ବଲାଙ୍ଗୀର(ପ୍ରେରଣା ଖବର) -ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବଲାଙ୍ଗୀରରେ ରାଜନୈତିକ ବାତାବରଣ ମଧ୍ୟ ଉଷ୍ମ ହେଉଛି । ସହରରେ ବିଭିନ୍ନ ରାଜନୈତିକଦଳର ନେତା ବିକାଶ ପ୍ରକଲ୍ପର ଫଟୋଦେଇ ହୋଡିଂ ଲଗାଇ ସେମାନେ କରାଇଥିବା ଲେଖିଛନ୍ତି । ବଲାଙ୍ଗୀରରେ ଥିବା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଚଳିତଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରି ତାଙ୍କ ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଆଗକୁ ଆଣିଛନ୍ତି । ତେବେ କେତେକ ବିକାଶମୂଳକ ପ୍ରକଲ୍ପ ସେମାନେ କରାଇଥିବା ଉଲ୍ଲେଖ ହୋଇ କଂଗ୍ରେସର ହୋଡିଂ ଲାଗିଛି । ଏହାକୁ ବିଜେଡି ଆଜି ଏକ ପ୍ରେସମିଟ ଜରିଆରେ ପ୍ରତିବାଦ କରିଛି । ସାମ୍ବାଦିକ ସମ୍ବିଳନୀରେ କିଛି ଚିଠି ସହ ତଥ୍ୟଦେଇ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ କରାଇଥିବା ପ୍ରକଳ୍ପରେ କଂଗ୍ରେସ ବିଧାୟକ ବାବାବା ନେଉଛନ୍ତି ବୋଲି ଅଭିଯୋଗ କରିଛି । ବିଜେଡିଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ଦଳର ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ପ୍ରଦ୍ୟୁତ ମିଶ୍ର,ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ପୌରାଧ୍ୟକ୍ଷା ଲିକା ସାହୁ,ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତି ବାଗ,ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ଜିଲ୍ଲା ବିଜୁ ଛାତ୍ରଜନତାଦଳର ସଭାପତି ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ । 
      ବିଜେଡି ଦାବି କରିଛି ଯେ,ବଲାଙ୍ଗୀର ଜିଲ୍ଲା ସମେତ ସଦର ବିଧାନସଭା ନିର୍ବାଚନମଣ୍ଡଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଧ୍ୟାନଦେଇ ଅନେକଗୁଡିଏ ବିକାଶମୂଳକ କାମ କରାଇଛନ୍ତି । ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିଜେଡିଦଳ ଜିଲ୍ଲାର ଅନେକ ବିକାଶ ପ୍ରକଲ୍ପକୁ ସଫଳ କରାଯାଇ ପାରିଛି । ସେଥି ମଧ୍ୟରେ ବଲାଙ୍ଗୀରର ଲୋୟରସୁକତେଲ ପ୍ରକଲ୍ପକାମ,ମେଡିକାଲ କଲେଜ ଓ ହସପିଟାଲ,ଏମସିଏଚ ବିଲ୍‌ଡିଂ,ଇଣ୍ଡୋରଷ୍ଟାଡିୟମ,ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର,ବଲାଙ୍ଗୀରକୁ ତେଲନଦୀରୁ ପାନୀୟଜଳ ପ୍ରକଲ୍ପ,ବାଇପାସ ରୋଡ ଓ ବ୍ରିଜ,ସ୍କୁଲକଲେଜ,ଖେଳପଡିଆ,ପର୍ଯ୍ୟଟନକ୍ଷେତ୍ରଗୁଡିକ ସହ ବଲାଙ୍ଗୀରର ମନ୍ଦିରଗୁଡିକର ଉନ୍ନତିକରଣ ଇତ୍ୟାଦି ରହିଛି । ଅନଙ୍ଗଉଦୟ ସିଂଦେଓ ବଲାଙ୍ଗୀରର ବିଧାୟକ ତଥା ରାଜ୍ୟର ମନ୍ତ୍ରୀଥିବା ବେଳେ ୨୦୦୧ ମସିହାରେ ଲୋୟରସୁକତେଲ ପ୍ରକଲ୍ପର ଶୀଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ୨୦୦୯ ମସିହାରୁ ୨୦୧୯ମସିହା ପର୍ଯ୍ୟନ୍ତ କଳିକେଶନାରାୟଣ ସିଂଦେଓ ସାଂସଦ ଥିବା ସମୟରେ ଦୁଇଥର ଲୋୟରସୁକତେଲ ପ୍ରକଲ୍ପର ଅଟକଳକୁ କେନ୍ଦ୍ରରୁ ଅନୁମୋଦନ କରାଇଥିଲେ । ଏହା ସହିତ ୨୦୧୩ ମସିହାରେ ଅନେକ ବିରୋଧ ସତ୍ୱେ ଯେତେବେଳେ କାମ ଆରମ୍ଭ କରାଗଲା ସେତେବେଳେ ନା ନରସିଂହ ବାବୁ କୌଣସି ପ୍ରତିନିଧି ଥିଲେ ନାଁ ତାଙ୍କର ଦଳ ସରକାରରେ ଥିଲା । ଏବେ କିନ୍ତୁ ସେ ତାହାର ଶ୍ରେୟ ନେବାକୁ ଅପଚେଷ୍ଟା କରୁଛନ୍ତି । ଠିକ ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇ ବଲାଙ୍ଗୀର ହସପିଟାଲରେ ମାତୃ ଓ ଶିଶୁ ହସପିଟାଲ ବିଲଡିଂ କରାଗଲା ସେତେବେଳେ ମଧ୍ୟ ନରସିଂହ ବାବୁ କୌଣସି ପଦବୀରେ ନଥିଲେ । ସେତେବେଳେ ସେ ହୀନ ଚକ୍ରାନ୍ତ କରି ଏହାର ଶୀଳାନ୍ୟାସ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ତାଙ୍କ ସମର୍ଥକଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରାଇଥିଲେ । ଏବେ ସେ ସେହି କଥାକୁ ଭୁଲିଯାଇ ଏମସିଏଚ ବିଲଡିଂ କରାଇଥିବା କଥା କହୁଛନ୍ତି । ବଲାଙ୍ଗୀରରେ ସରକାରୀ ମେଡିକାଲ କଲେଜର ସ୍ୱପ୍ନ ମୁଖ୍ୟମନ୍ତ୍ରୀ ଦେଖାଇଥିଲେ । କଳିକେଶ ନାରାୟଣ ସିଂଦେଓ ସାଂସଦ ଓ ଅନଙ୍ଗଉଦୟ ସିଂଦେଓ ବିଧାୟକ ଥିବା ବେଳେ ୨୦୧୩ ମସିହାରେ ଏହାର କେନ୍ଦ୍ରୀୟ ଅନୁମୋଦନ ମିଳିଥିଲା ଓ ପରେ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ ଏକ ଟିଚିଂ ହସପିଟାଲର ପ୍ରସ୍ତାବ ଦେଇଥିଲେ ଏବେ ଯାହା ସରିବାକୁ ଯାଉଛି । ତାହାର ମଧ୍ୟ ବିରୋଧି ଶ୍ରେୟନେବାକୁ ବସୁଛନ୍ତି । କେବଳ ସେତିକି ନୁହେଁ ବଲାଙ୍ଗୀର ସହରରେ ଯେତେବେଳେ ପାନୀୟଜଳର ସଂକଟ ହୋଇଥିଲା ତାହାର ପ୍ରତିକାର ପାଇଁ ଅନଙ୍ଗଉଦୟ ସିଂଦେଓ ନିଜେ ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଭୁବନେଶ୍ୱରରେ ଏକ ବୈଠକ କରାଇ ତେଲନଦୀରୁ ପାନୀୟଜଳ ଆଣିବା ପାଇଁ ୬୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଇଥିଲେ । ଯାହାକି ବଲାଙ୍ଗୀର ସହରରେ ଜଳସମସ୍ୟାକୁ ଅନେକ ପରିମାଣରେ ସମାଧାନ ହୋଇଛିି । ବଲାଙ୍ଗୀର ପିଆର ହାଇସ୍କୁଲ ପଡିଆରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ ମଧ୍ୟ କଳିକେଶନାରାୟଣ ସିଂଦେଓ ସାଂସଦ ଥିବା ବେଳେ କେନ୍ଦ୍ରର ଗେଲରୁ ଅନୁଦାନ ଆସିଥିଲା । ଠିକ ସେହିପରି ବିରୋଧିଙ୍କ ବିରୋଧ ସତ୍ୱେ ବଲାଙ୍ଗୀର ସହରର ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଦୁଇଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ କଳିକେଶ ବାବୁ କରାଇ ପାରିଥିଲେ । ବଲାଙ୍ଗୀର ସହରରେ ଏକ ଉନ୍ନତ ବସଟର୍ମିନାଲ,ସ୍ମାର୍ଟପାର୍କ,ଦେଓଗାଁର ଭୀମପାହାଡ ପର୍ଯ୍ୟଟନସ୍ଥଳୀ ଇତ୍ୟାଦିକୁ ଦେଖିଲେ ବିରୋଧି ଛାନିଆଁ ହୋଇଯାଉଛନ୍ତି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ  ଇତି ମଧ୍ୟରେ ଶହଶହ ସଂଖ୍ୟାରେ ରାସ୍ତା,ବ୍ରୀଜ,ପାନୀୟଜଳ ପ୍ରକଲ୍ପ,କଲ୍ୟାଣମଣ୍ଡପ ଇତ୍ୟାଦି ନିର୍ମାଣ ହୋଇସାରିଛି । ଅନେକ ସ୍କୁଲକଲେଜ ଓ ମନ୍ଦିରରର ରୂପାନ୍ତରଣ କରାଯାଇ ଉନ୍ନତିକରଣ କରାଯାଇଛି । ବିକାଶ ପଥରେ ବଲାଙ୍ଗୀର ଚାଲିଥିବା ବେଳେ ବିରୋଧି ଏହାକୁ ନିଜେ କରାଇଥିବା କହି ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି ବୋଲି ବିଜେଡିଦଳ ଦାବି କରିଛି । ତେବେ ବିଧାୟକ ତାଙ୍କ ଅମଳରେ ବଲାଙ୍ଗୀରବାସୀଙ୍କୁ ମିନିବ୍ୟାଙ୍କକର ସ୍ୱପ୍ନଦେଖାଇ ତାଙ୍କ ପୁଅପୁତୁରା ଓ ସମର୍ଥକଙ୍କ ଲାଭ କରାଇଥିବା ଲକ୍ଷ୍ମୀ ଯୋର ପ୍ରକଲ୍ପର କାହିଁକି ବାହାବା ନେଉନାହାଁନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।  ବିଜେଡି ଆହୁରି ଅଭିଯୋଗ କରିଛି ଯେ,ବଲାଙ୍ଗୀରବାସୀ ଜାଣିଛନ୍ତି କଂଗ୍ରେସ ବିଧାୟକ ଗତ କିଛିବର୍ଷ ଭିତରେ ବଲାଙ୍ଗୀରର ବିକାଶ କରନ୍ତୁ କି ନକରନ୍ତୁ ତାଙ୍କ ପରିବାରର ବିକାଶ କରାଇଛନ୍ତି । କିଛି ବର୍ଷ ଆଗରୁ ତାଙ୍କର ଆର୍ôଥକ ସ୍ଥିତି କଣ ଥିଲା ଓ ଏବେ ତାଙ୍କର ସ୍ଥିତି କେଉଁଠି ଯାଇ ପହଞ୍ଚିଛି  ତାହା ବଲାଙ୍ଗୀରବାସୀ ଆକଳନ କରନ୍ତୁ ବୋଲି କୁହାଯାଇଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like