-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜ୍ୟ

ଜାତୀୟ କବାଡି ଖେଳାଳି ନମିତା ଓ ସୁନୀତାଙ୍କୁ  ମିଳିଲା ପ୍ରଶିକ୍ଷିକା ଚାକିରି, ଛାତ୍ରଛାତ୍ରୀଙ୍କୁ କବାଡିଖେଳ ତାଲିମ ଦେବେ,ପାଇବେ ୨୫ହଜାର ଲେଖାଏଁ ଦରମା

11-Feb-2024



ବଲାଙ୍ଗୀର(ଦେବାଶିଷ ବହିଦାର): ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଜାତୀୟ କବାଡି ଖେଳାଳୀ ନମିତା ଭୋଇ ଓ ସୁନୀତା ମାଝୀଙ୍କୁ ସରକାର କୌଣସି ସହଯୋଗ କରୁନଥିବା ବିଷୟରେ  ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରଶାରିତ ହୋଇଥିଲା । ଏମାନଙ୍କୁ ପ୍ରୋତ୍ସlହିତ କଲେ ଜୀବନରେ ଆଗକୁ ଉନ୍ନତି କରିପାରନ୍ତେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । ଏବେ ଶେଷରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନମିତା ଓ ସୁନୀତାଙ୍କୁ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଠାରେ ଥିବା ଏକ ସ୍କୁଲରେ କବାଡି ପ୍ରଶିକ୍ଷିକା ଚାକିରିରେ ନିଯୁକ୍ତି ଦେଇଛି । ଯାହାକି ଖୁସିର ବିଷୟ ବୋଲି ସ୍ୱାଗତ କରାଯାଉଛି । ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉପସଭାପତି ସଂଜୟ କୁମାର ଜେଠୀ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ସହିତ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଛନ୍ତି । ଶ୍ରୀ ଜେଠୀ କହିଛନ୍ତି ଯେ, ଭୁବନେଶ୍ୱରର ପିପୁଲ୍ସ ଫୋରମ ନାମକ ତାଙ୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ହଳଦିଆଠାରେ ଆର୍ଯ୍ୟଭଟ୍ଟ ଏନସିଏଣ୍ଟ ଏକାଡେମୀ ନାମରେ ନର୍ସରୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ଥିବା ଏକ ସ୍କୁଲ ପରିଚାଳିତ ହେଉଛି । ଗତ କିଛିମାସ ତଳେ ସେମାନେ ଗଣମାଧ୍ୟମରୁ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେମାନେ ବଲାଙ୍ଗୀର ଜିଲ୍ଲାପ୍ରଶାସନ ଜରିଆରେ ଉଭୟଙ୍କୁ ଯୋଗାଯୋଗ କରିଥିଲେ । ସେମାନଙ୍କ ଦକ୍ଷତା ଦେଖି ତାଙ୍କୁ ସ୍କୁଲରେ କବାଡି ପ୍ରଶିକ୍ଷିକା ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ କରାଯାଇଥିଲା । ଏବେ ସେମାନଙ୍କୁ ନେଇ ନିଯୁକ୍ତି ଦିଆଯାଉଛି ବୋଲି ସଂଜୟ ଜେଠୀ କହିଛନ୍ତି । ସେପଟେ ଏହି ଦୁଇ ଜାତୀୟ ଖେଳାଳୀଙ୍କୁ କୌଣସି ପ୍ରକାରେ ସ୍ୱାବଲମ୍ବୀ କରିବାକୁ ପ୍ରଶାସନ ଚେଷ୍ଟିତ ଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ସେହି ସ୍କୁଲରେ ପ୍ରଶିକ୍ଷିକା ହେବାକୁ ସୁଯୋଗ ମିଳିଛି ବୋଲି ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା କହିଛନ୍ତି । ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ପ୍ରକାଶ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗମ୍ଭାରୀଗୁଡା ଗାଁର ନମିତା ଭୋଇ ଓ ନୂଆପଡା ପଞ୍ଚାୟତର ତାଣ୍ଡିଗାଁର ସୁନୀତା ମାଝୀ ସଇଁତଳା ଆଶ୍ରମ ସ୍କୁଲରେ ପାଠ ପଢୁଥିବା ବେଳେ ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗନେଇଥିଲେ । ୨୦୧୪-୧୫ ମସିହାରେ ସ୍କୁଲସ୍ତରୀୟ ଜାତୀୟ କବାଡିଟିମରେ ନମିତା କ୍ୟାପଟେନ ଥିବା ବେଳେ ସୁନୀତା ଜଣ ସହଯୋଗୀ ଖେଳାଳୀ ଭାବରେ ସାମିଲ ଥିଲେ । ସେତେବେଳେ ଏମାନେ ତାଙ୍କ ଟିମକୁ ବିଜୟୀ କରାଇ ଓଡିଶାର ଗୌରବ ବଢାଇଥିଲେ । ଏହି ଦୁଇଜଣ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖୁବ ନାଁ କରିଥିଲେ ।  ନମିତା ମାଟ୍ରୀକ ପରେ ସୋନପୁର ଜିଲ୍ଲା ଚାରଭଟା ସେକେଣ୍ଡାରୀ ସ୍କୁଲରେ ଯୁକ୍ତଦୁଇ ପାଠ ପଢିଥିଲେ । ସୁନୀତା ମଧ୍ୟ ତେତେଲଖୁଣ୍ଟି କଲେଜରେ ଯୁକ୍ତଦୁଇ ପାଠ ପଢିଥିଲେ । କିନ୍ତୁ ଅର୍ଥାଭାବରୁ ଆଗକୁ ଆଉ ପାଠ ପଢିପାରିନଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁଇଟି ପ୍ରତିଭା ମଉଳି ଯିବାକୁ ବସିଥିବା ବେଳେ ଏବେ ପିପୁଲ୍ସ ଫୋରମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏମାନଙ୍କୁ ନିଯୁକ୍ତିଦେଇ ପ୍ରୋତ୍ସାହିତ କରିଛି । ଆଗକୁ ଏମାନଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଆଶା କରାଯାଉଛି । ପ୍ରକାଶ୍ୟ ଯେ, ନମିତାକୁ ଚଳିତବର୍ଷ ପ୍ରଗତିବାଦୀ ଖବରକାଗଜ ପକ୍ଷରୁ ବାର୍ଷିକୋତ୍ସବ ସମୟରେ ପ୍ରଦ୍ୟୁମ୍ନବଳ ଯୁବ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like