-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
08-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା ବାଉଁଶୁଣି ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ରେ ତୃତୀୟ ବାଉଁଶୁଣି ଲୋକ ମହୋତ୍ସବର ଆଜି ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,୪ ନଂ ଜିଲ୍ଲା ପରିଷଦ ସଦସ୍ୟ ରାକେଶ କୁମାର ତ୍ରିପାଠୀ, ବୌଦ୍ଧ ବିଡ଼ିଓ ଅକ୍ଷୟ କୁମାର ଉଡ୍ଡୁ, ଵାଉଁ ଶୁଣି ସମିତି ସଭ୍ୟ ପ୍ରମୋଦ କୁମାର ଦେହୁରୀ ଯୋଗ ଦେଇ ଲୋକ କଳାକୁ ଉଜ୍ଜୀବିତ କରିବା ପାଇଁ ଏଭଳି ଏକ ମହୋତ୍ସବ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ । ସାଂସ୍କୃତିକ ପରିଷଦର ସମ୍ପାଦକ ସୀତାକାନ୍ତ ସିଂ ସଭାପତିତ୍ବ କରିଥିବା ବେଳେ ପରିଷଦର ସଭ୍ୟ ଚକ୍ର ଧର ମେହେର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସୁନୀଲ କୁମାର ବାରିକ। ବାଉଁ ଶୁଣି ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପରେ ସଂଜତ ବଲାଙ୍ଗୀର କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ବଜନିଆ , ମାହେଶ୍ୱରୀ କଳା ପରିଷଦ ମନମୁଣ୍ଡା, ସରସ୍ଵତୀ ଶିଶୁ ମନ୍ଦିର ବାଉଁସୁନି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାଉଁଶୁଣି ସାଂସ୍କୃତିକ ପରିଷଦର ସରୋଜ ତ୍ରିପାଠୀ, କୁନା ରଥ, ସୁଜିତ ମେହେର ପ୍ରମୁଖ ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି। ମିନା ବଜାର ସହିତ ପଲ୍ଲୀଶ୍ରୀ ମେଳାର ଦର୍ଶକ ଭର ପୂର୍ ଫାଇଦା ନେଇଥିଲେ ।