-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପ୍ରତିଷ୍ଠିତ ଠିକାଦାର ପିଣ୍ଟୁ ଅଗ୍ରୱାଲ ଙ୍କ ନରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁ ହୋଇଛି I ଯାହାକୁ ନେଇ ଗୋଛାପଡା ଅଂଚଳରେ ଚର୍ଚ୍ଚା ଜୋର ଧରିଛି I ତେବେ ଏହି ଠିକାଦାର ଙ୍କ ନାଁରେ ଅଭିଯୋଗ କରିଛନ୍ତି ସେହି ଅଂଚଳରେ କମ କରୁଥିବା ସୁଶାନ୍ତ କୁମାର ସାହୁ ନାମକ ଅନ୍ୟଜଣେ ଠିକାଦାର I ସୂଚନା ଅନୁସାରେ ଗତ କିଛିଦିନ ତଳେ ଏହି ଗୋଛାପଡା ଅଂଚଳର ମାଣିଜିରୁ ଠାରୁ ମୁର୍ଜା ଭାୟା ଟିକରପଡା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ
ଯୋଜନାରେ ଏକ ନୂତନ ରାସ୍ତା ନିର୍ମାଣ କରାଯାଇଛି I ରାସ୍ତା ଉପରେ ନୁଆଁ ପିଚୁ ପଡ଼ିଥିବା ବେଳେ ଠିକାଦାର ବଣ୍ଟି ଅଗ୍ରୱାଲ ଙ୍କ ଠିକା ସଂସ୍ଥା ର ଏକ ଚେନ ଲାଗିଥିବା ହିଟାଚି ମେସିଲ ଚାଲିବା ଫଳରେ ରାସ୍ତାର ପ୍ରାୟ ଛଅ କିଲୋମିଟର ରାସ୍ତା ଉପରେ ପିଚୁଉଠିଯାଇ ରାସ୍ତାଟି ନଷ୍ଟ ହୋଇଯାଇଥିବା ଥାନାରେ ଏତଲା ଦେଇଥିବା ଠିକାଦାର ସୁଶାନ୍ତ କୁମାର ସାହୁ ଅଭଯୋଗ କରିଛନ୍ତି I ଅନ୍ୟପଟେ ରାସ୍ତା ଖରାପ ହୋଇଯିବାରୁ ଠିକାଦାର ଙ୍କ ବିଲ ଅଟକି ରହିଥିବା ବେଳେ ତାଙ୍କୁ ବାବୁ କ୍ଷତି ସହିବାକୁ ପଡୁଛି ବୋଲି ସମୃକ୍ତ ଠିକାଦାର ଜଣକ ତାଙ୍କ ଏତଲାରେ ଦର୍ଶାଇଛନ୍ତି I ତେବେ ଠିକାଦାର ବଣ୍ଟି ଅଗ୍ରୱାଲ ମଧ୍ୟ୍ୟ ଏହି ଅଂଚଳର ଶଳାଗୁଡା ଠାରୁ ଗୋଛାପଡା ମଝିରେ ଏକ ବ୍ରିଜ କମ କରୁଥିବାରୁ ଏହି ଚେତ ହିଟାଚି ତାଙ୍କ କାମରେ ଲଗାଇବା ପାଇଁ ନେଉଥିବା ଜଣାପଡିଛି I ତେବେ ନିୟମ ଅନୁସାରେ ଏଭଳି ଚେନ ହିଟାଚି କୁ ଗୋଟିଏ ଜାଗାରୁ ଅନ୍ୟଜାଗାକୁ ନେବାକୁ ହେଲେ ଟ୍ରକ କିମ୍ବା କୌଣସି ଏକ ବଡ଼ଗାଡ଼ିରେ ଲୋଡ଼କରି ନେବାର ନିୟମ ରହିଛି I ପିଚୁ ରାସ୍ତା ଉପରେ ଏହି ଚେନ ହିଟାଚି ଚଲାଚଳ କରିବା ଅନୁମତି ନଥିବା ବେଳେ ସମ୍ପୃକ୍ତ ଠିକାଦାର ଜଣକ କିଭଳି ଭାବରେ ଓ କାହା ନିର୍ଦେଶ ରେ ଏହି ଚେନ ହିଟାଚି କୁ ନବନିର୍ମିତ ରାସ୍ତା ଉପରେ ଚଲାଉ ଥିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଅନ୍ୟପଟେ ଘଟଣା ବିଷୟରେ ସମୃକ୍ତ ଠିକାଦାର ବଣ୍ଟି ଅଗ୍ରୱାଲ ଙ୍କୁ ଅଭିଯୋଗ କରିବାରୁ ରାସ୍ତା ମରାମତି କରିଦେବି କାହି କୌଣସି ପଦକ୍ଷେପ ନେଉନଥିବାରୁ ଓ ବାରମ୍ବାର ଠକି ଚାଲିଥିବାରୁ ଅଭଯୋଗ କରିଥିବା ଠିକାଦାର ଓ ସ୍ଥାନୀୟ ଅଂଚଳର ଲୋକ ମାନଙ୍କ ମଧ୍ୟ୍ୟରେ ତୀବ୍ର ଆସନ୍ତୋଷ ଦେକାଦେଇଛି I ଅନ୍ୟପଟେ ସମ୍ପୃକ୍ତ ଠିକାଦାର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି ଅଭିଯୋଗ କାରି ଠିକାଦାର ଓ ସ୍ଥାନୀୟ ଜନସାଧାରଣ I ସେପଟେ ରାସ୍ତା ନଷ୍ଟ କରିଥିଵା ଚେନ ହିଟାଚି କୁ ଅଭିଯୋଗକାରି ଠିକାଦାର ଜବତ କରିବା
ସହ ଏତଲା ସାଙ୍ଗରେ ସୋମବାର ହିଟାଚି ର ଚାବିକୁ ଗୋଛାପଡା ଥାନା ର ଜିମା ଦେଇଥିବା ଜଣା ପଶିଛି I ସେପଟେ ରାଜସ୍ୱ ସମ୍ପତି ନଷ୍ଟ କରିଥିବା ସମ୍ପୃକ୍ତ ଠିକାଦାର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି I ଘଟଣା କୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏସଡ଼ିଓ ସୁଶୀଲ କୁମାର ମହାନ୍ତି ଙ୍କୁ ପଚାରିବାରୁ ପିଚୁ ରାସ୍ତା ଉପରେ ଚେନ ଲାଗିଥିବା ହିଟାଚି ଚଳାଇବା ବେଆଇଆନ ବୋଲି କହିବା ସହ ତଦନ୍ତ କାରି ରାସ୍ତାର କ୍ଷତି କରିଥିବା ଠିକାଦାର ଙ୍କୁ ରାସ୍ତାର ମରାମତି କରିବା ପାଇଁ ନିର୍ଦେଶ ଦିଆଯିବ ବୋଲି କହିଛନ୍ତି I
(କନ୍ଧମାଳ ଜିଲ୍ଲାରୁ ସୁଲୋଚନା ଦିଗାଲ ଙ୍କ ରିପୋର୍ଟ)