-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଲକ୍ଷ୍ମୀବସରେ ନିଯୁକ୍ତି କେଳେଙ୍କାରୀ ଘଟଣାର ଟିଟିଲାଗଡ ଲିଙ୍କ କଣ ? ବଲାଙ୍ଗୀର ବଦଳରେ ଟିଟିଲାଗଡ ଥାନାରେ ଏତଲା

05-Feb-2024



ବଲାଙ୍ଗୀର (ପ୍ରେରଣା ଖବର ): ଲକ୍ଷ୍ମୀବସରେ ନିଯୁକ୍ତି କରଇବାକୁ କହି ଠକଗୋଷ୍ଠି ଅର୍ଥ ଆଦାୟ କରୁଥିଲେ । ପରିବହନ ବିଭାଗର ଏଟିଏମଙ୍କ ଅଭିଯୋଗକ୍ରମେ ଟିଟିଲାଗଡ ପୋଲିସ ଦୁଇଜଣ ଦଲାଲକୁ ଧରି କୋର୍ଟଚାଲାଣ କରିଛି । କିନ୍ତୁ ପରିବହନ ବିଭାଗ ବଲାଙ୍ଗୀର ଥାନାରେ ଏତଲା ନଦେଇ ଟିଟିଲାଗଡ ଥାନାରେ ଏତଲା ଦେବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଉଛି । ପରିବହନ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଉଠୁଛି । ଏପରିକି ଉପରମହଲର ନିର୍ଦ୍ଦେଶରେ ବଲାଙ୍ଗୀର ଥାନା ବଦଳରେ ଟିଟିଲାଗଡ ଥାନାରେ ଏତଲା କରାଯାଇଥିବା ଖୋଦ ଏଟିଏମ ଅମିତ ମିଶ୍ର କହୁଛନ୍ତି । ତେଣୁ ଘଟଣା ଆହୁରି ସନ୍ଦେହ ଘେରକୁ ଆସୁଛି ଓ ଏହାର ଏକ ଉଚ୍ଚସ୍ତରୀୟତଦନ୍ତ ଦାବି ହେଉଛି । 
          ସାରାରାଜ୍ୟରେ ଲକ୍ଷ୍ମୀବସଯୋଜନାରେ ବସଚଳାଇ ସରକାର ଲୋକଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ଲକ୍ଷ୍ମୀବସରେ କଣ୍ଡକ୍ଟର,ସୁପରଭାଇଜର ଓ ଡ୍ରାଇଭର ନିଯୁକ୍ତି କରିବାକୁ ଏକ ର‌୍ୟାକେଟ କାମକରୁଛି । ଗତ ୪ଦିନ ତଳେ ବଲାଙ୍ଗୀର ସହରର ଜଗର୍ସପାର୍କ ଠାରେ ନିଯୁକ୍ତିଡିଲ କରି ଅର୍ଥ ଆଦାୟ କରୁଥିବା ବେଳେ ରାୟଗଡା ଗୁଣପୁରର ସରୋଜ ଲିମା ନାମକ ଜଣେ ଦଲାଲକୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ଜିମା ଦେଇଥିଲେ । ସେହି ଦଲାଲଠାରୁ ଜବତ ହୋଇଥିବା ୨ଟି ଖାତାରେ ବିଭିନ୍ନ ଅଞ୍ଚଳର ଆଶାୟୀ ଯୁବକଙ୍କ ତାଲିକା ତଥା ତାଙ୍କ ପାଖରୁ ଆଦାୟ ହୋଇଥିବା ଅର୍ଥର ବିବରଣୀ ରହିଥିଲା । କିନ୍ତୁ ବଲାଙ୍ଗୀର ପୋଲିସ କେହି ଅଭିଯୋଗକାରୀ ନଥିବା କହି ସରୋଜ ଲିମାକୁ ସେହିଦିନ ଛାଡିଦେଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥାହେଲା ଏହି ଘଟଣାରେ ରାଜ୍ୟପରିବହନ ବିଭାଗର ଏଟିଏମ ଅମିତ ମିଶ୍ର ନିଯୁକ୍ତି ନାଁରେ ଅର୍ଥ ଆଦାୟ କରୁଥିବା ଦଲାଲଙ୍କୁ ଧରିବାକୁ ଟିଟିଲାଗଡ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ନେଇ ପରିବହନ ବିଭାଗ ସନ୍ଦେହ ଘେରକୁ ଆସିଛି । ବଲାଙ୍ଗୀର ଥାନା ଅଞ୍ଚଳରେ ଧରାପଡିଥିବା ଦଲାଲକୁ ଟିଟିଲାଗଡ ପୋଲିସ ପରେ ରାୟଗଡା ଗୁଣପୁରରୁ ଗିରଫ କରିଛି । ପରିବହନ ବିଭାଗ କେଉଁ କାରଣରୁ ଟିଟିଲାଗଡ ଥାନାରେ ଏତଲା କଲେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି ଓ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି । ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ହେଉଛନ୍ତି ରାଜ୍ୟ ସରକାରଙ୍କ ପରିବହନ ବିଭାଗର ମନ୍ତ୍ରୀ । ଟିଟିଲାଗଡର ସଂଜୀବ ନାମକ ଜଣେ ବ୍ୟକ୍ତି ଏହି ନିଯୁକ୍ତି ଡିଲରେ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚାକୁ ଆସିଥିଲା । ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଅଭିଯୋଗର ଅଡିଓ ଭାଇରାଲ ହୋଇଥିଲା । ସେହି ସଂଜୀବ କିଏ ଓ କାହାର ଲୋକ ତାହାର ତଦନ୍ତ କରାଯାଉନାହିଁ । ସ୍ଥାନୀୟ ନେତାଙ୍କ ଏଥିରେ ସମ୍ପୃକ୍ତି ନାହିଁ ତ? ଏଭଳି ପ୍ରଶ୍ନକୁ ନେଇ ଯୋରଦାର ଚର୍ଚ୍ଚା ହେଉଛି । ଯାହାକି ଜନସାଧାରଣରେ ଆହୁରି ସନ୍ଦେହ ଘନିଭୁତ ହେଉଛି ।  ଗିରଫ ଅଭିଯୁକ୍ତ ସରୋଜ ହିଁ ଆଶାୟୀ ଯୁବକମାନଙ୍କୁ ସଂଜୀବ ନାମରେ ଫୋନ କରୁଥିବା ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସରୋଜର କଲରେକର୍ଡ ଯାଞ୍ଚ କରିବା ସହିତ ଆଶାୟୀଙ୍କ ଫୋନକୁ ଆସିଥିବା କଲଗୁଡିକୁ ଯାଞ୍ଚ କଲେ ଅନେକ ରହସ୍ୟ ଫିଟିବ ବୋଲି ଦାବି ହେଉଛି । ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି କେଳେଙ୍କାରୀ ନୂଆ ନୁହେଁ । ପୂର୍ବରୁ ନକଲି ସାଟିଫିକେଟ ଦେଇ ଚାକିରି କରିବା ଓ ପରେ ଧରାପଡି ଜେଲ ଯିବା ଭଳି ଅନେକ ଘଟଣା ଘଟିସାରିଛି । ସେହିପରି ଜାଲ ସାର୍ଟିଫିକେଟ କାରବାରରେ ଏବେ ଅନେକଲୋକ ଜେଲରେ ରହିଛନ୍ତି । କେବଳ ଏତକି ନୁହେଁ ବିଦ୍ୟୁତ ବିଭାଗର ଗ୍ରୀଡରେ,ବଲାଙ୍ଗୀର ବୋଟଲିଂପ୍ଲାଣ୍ଟରେ ନିଯୁକ୍ତି କରାଇବାକୁ ମଧ୍ୟ ଗତ ଦୁଇବର୍ଷ ତଳେ ଆଶାୟୀ ଯୁବକମାନଙ୍କଠାରୁ ଅର୍ଥ ଆଦାୟ ହେଉଥିଲା । ସେହି ଘଟଣାରେ ମଧ୍ୟ ଜଣେ ଦଲାଲ ଗିରଫ ହୋଇ ଜେଲ ଯାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like