-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ବଲାଙ୍ଗୀର, ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜିର ଏହି ଉଦ୍ଘାଟନି ମ୍ୟାଚ ବଲାଙ୍ଗିର ଗ୍ରୀନ ଦଳ ଟସ୍ ଜିଣି ପ୍ରଥମେ ବଲାଙ୍ଗିର ବ୍ଲୁ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବଲାଙ୍ଗିର ବ୍ଲୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ ବିନିମୟରେ ୧୩୬ ରନ୍ ସଂଗ୍ରହ କରିଥିଲେ । ବଲାଙ୍ଗିର ବ୍ଲୁ ଦଳ ତରଫରୁ ଅଖିଳ ଦାଶ ୨୭ ରନ୍, ଶ୍ରୀୟାଂଶ ଠାକୁର ୨୧ ରନ୍ ଓ ଓମ୍ ମାଝି ୨୧ ରନ୍ ସଂଗ୍ରହ କରିଥିଲେ । ବଲାଙ୍ଗିର ଗ୍ରୀନ ଦଳ ତରଫରୁ ସୋହନ ସୁନା ଓ ଅଭିଷେକ ନାଏକ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୧୩୭ ରନ୍ ର ବିଜୟ ଲକ୍ଷ୍ୟ କୁ ନେଇ ପଡିଆକୁ ଓହ୍ଲାଇଥିବା ବଲାଙ୍ଗିର ଗ୍ରୀନ ଦଳ ୨୦.୪ ଓଭରରେ ୫ ୱିକେଟ ବିନିମୟରେ ଆବଶ୍ୟକ ୧୩୭ ରନ୍ ସଂଗ୍ରହଣ କରି ବିଜୟୀ ହୋଇଥିଲେ । ବଲାଙ୍ଗିର ଗ୍ରୀନ ଦଳ ତରଫରୁ ସୋହନ ସୁନା ୨୩ ରନ୍, ଅଂଶୁମାନ ସାହୁ ଅପରାଜିତ ୩୨ ରନ୍ ଓ ଟିଜେ ରାଓ ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚକୁ ରାଜେନ୍ଦ୍ର ସେଠ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋର ଦାୟିତ୍ୱ ତୁଳାଇଥିଲେ ।
ଆଜିର ଏହି ଉଦ୍ଘାଟନି ଉତ୍ସବରେ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ, ସହ-ସଂପାଦକ ଶତୃଘନ ସିଂହ ଓ କାର୍ଯ୍ୟକାରି ସଦସ୍ୟ ଜୟରାମ ମିଶ୍ର, କୋଚ ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।