-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ବଲାଙ୍ଗୀର, - ଆଗଲପୁର କଲ୍ୟାଣ ମଣ୍ଡପ ଠାରେ, ସଂକୀର୍ତ୍ତନ୍ୟ କଳା ସଂସ୍କୃତି ସଂଘର ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକର ସଂକୀର୍ତ୍ତନ୍ୟ କଳାକାରମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ସମାଜସେବୀ ଆକାଶ ମିଶ୍ର ସମ୍ମାନିତ ଅତିଥି, କୁଞ୍ଜବିହାରୀ ପଟେଲ ଗ୍ରାମ ପଞ୍ଚାୟତ ଅଫିସର, ରୁଦ୍ର ପ୍ରସାଦ ସାହୁ କଳାହାଣ୍ଡି ଜିଲ୍ଲା ସଭାପତି ନିମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରିଥିଲେ । ସଂଘର ମୁଖ୍ୟ କର୍ମକର୍ତ୍ତା ନରେନ୍ଦ୍ର ସାହୁ, ସଦାନନ୍ଦ ମହିସାଲ, ଭୂମିସୂତା ବରିହା, ଭରତ ସାହୁ, ଶୂଳପାଣି ବିଶ୍ୱାଳ, କାଳିଆ ଭୋଇ, ଜିତୁ ଧରୁଆ, ଲକ୍ଷ୍ମୀ ସାହୁ, ସୁଭଦ୍ରା ମହାଲିଙ୍ଗ, ଶଶ୍ମିତା ଦୀପ ତଥା ସମସ୍ତ ସଭ୍ୟ ସଭ୍ୟା ମିଶି ସଭାକୁ ବହୁତ ସୁନ୍ଦର ଆୟୋଜନ କରିଥିଲେ । ସଂକୀର୍ତ୍ତନ୍ୟ କଳାକାରଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅତିଥିବୃନ୍ଦ କଥା ଦେଇଥିଲେ ଓ ପରିଶେଷରେ ଗୁରୁଶ୍ରୀ ଯଶୋବନ୍ତ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।