-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
ବଲାଙ୍ଗିର: ଆସନ୍ତା ୨୨ ଜାନୁଆରୀରେ ହେବାକୁ ଥିବା ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ରାଜଶ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଚିଠି ନମ୍ବର ୧୯୯୯ ଅନୁସାରେ ଏହି ଦିନକୁ ରାଜ୍ୟ ସରକାର ଦିବା ୨.୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି । ଅଯୋଧ୍ୟା ରେ ହେବାକୁ ଥିବା ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏହି ଛୁଟି ଘୋଷିତ ହେଇଛି । ଫଳରେ ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଖପ୍ରାଖୋଲ ବ୍ଲକ ଅଫିସ ରେ ହେବାକୁ ଥିବା ଏହି ଜନ-ଅଭିଯୋଗ ଶୁଣାଣୀ କୁ ବାତିଲ କରାଯାଇଛି । ମାସର ଅନ୍ତିମ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆସନ୍ତା ୨୯ ତାରିଖ ରେ ଆଗଲପୁର ବ୍ଲକରେ ଅନୁଷ୍ଠିତ ହେବ ।