-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
କଣ୍ଟାମାଳ(ଜୟ କୁମାର ମହାରଣା)
କଣ୍ଟାମାଳ ବ୍ଲକ ଦିଗୁନମାଲ ଉଚ୍ଚ ବିଦ୍ୟାଳୟ ର 25ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ଗୁରୁବାର ବିଦ୍ୟାଳୟର ବିକାଶ ମଣ୍ଡପ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଛି l ଉତ୍ସବରେ ଓଡ଼ିଆ ଚଳଚିତ୍ର ଚୁଲବୁଲି ନାୟିକା ଦେବଯାନୀ ଶହ ଶହ ଦର୍ଶକଙ୍କ ହୃଦୟ ଜିଣିଥିଲେ l ସ୍କୁଲ ପରିଚାଳନା କମିଟି ସଭାପତି ଶତ୍ରୁଘନ ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଓ ଉପଜିଲ୍ଲାପାଳ ବୌଦ୍ଧ ରବୀନ୍ଦ୍ରନାଥ କହଁର,ଜିଲ୍ଲାପରିଷଦ ସଭ୍ୟl ସୁମିତ୍ରା ସାହୁ, ବ୍ଲକ ଉପାଧ୍ୟକ୍ଷ୍ୟ ମହେନ୍ଦ୍ର ରଣା,ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ପ୍ରତିଷ୍ଠାତା ସଦସ୍ୟ କରୁଣାକର ସାହୁ,ନୂଆପାଲି ହାଇସ୍କୁଲ ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି , ଶିକ୍ଷାବିତ ନୀଳାଞ୍ଚଳ ଭୋଇ,ପୂର୍ବତନ ଦିଗୁଣମାଲ ସରପଞ୍ଚ ତେଜରାଜ ସାହୁ, ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକେଶ୍ୱର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ନେତ୍ର କର୍ମୀ , ସାରଦୁଲ ନାଗ ସରପଞ୍ଚ ସିମିଲିପଦର, ଦିଗୁଣମାଲ ସରପଞ୍ଚ ଅଳକା ପ୍ରଧାନ, କୂଳୁତାଜୋର ସରପଞ୍ଚ ଚୁମୁକି ଭୋଇ, ଅମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ, ଘଣ୍ଟାପଡଳ ସରପଞ୍ଚ ରିତା କହଁର, ଖମନମୁଣ୍ଡା ସମିତିସଭ୍ୟା ସସ୍ମିତା ବାଘ ପ୍ରମୁଖ ସମ୍ମାନୀତ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ନେତ୍ର କର୍ମୀ ପ୍ରାରମ୍ଭିକ ଅଭିଭାଷଣ,ସହକାରୀ ଶିକ୍ଷକ ଶିବାନନ୍ଦ ମହାନ୍ତି ବାର୍ଷିକ ବିବରଣୀ ପାଠ ଓ ପ୍ରେମରାଜ ରଣା ଅତିଥି ପରିଚୟ ଏବଂ ସଭା ପରିଚାଳନା କରିଥିଲେ l ପ୍ରାରମ୍ଭରେ ସ୍କୁଲ ଛାତ୍ରୀମାନଙ୍କ ସ୍ୱାଗତ ସଂଗୀତ ହୋଇଥିଲା l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ ଉଚ୍ଚ ପଦପଦବୀରେ ଥିବା ବିଦ୍ୟାଳୟ ର ପୁରାତନ ମେଧାବୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗାରଙ୍ଗ ଓଡିଶୀ, ସମ୍ବଲପୁରୀ ଆଦି ନାଚ ଗୀତ ସାନ୍ଧ୍ୟକାଳୀନ ଶୀତୁଆ ପରିବେଷକୁ ବେଶ ରଙ୍ଗୀନ ଓ ଉତ୍ସବ ମୁଖର କରିଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅର୍ଚ୍ଚନା ପାଢ଼ୀ ଉଦଘୋଷିକା ଭାବେ ପରିଚାଳନା କରିଥିଲେ l ଓଡ଼ିଆ ଚଳଚିତ୍ର ଚୁଲବୁଲି ନାୟିକା ଦେବଯାନୀଙ୍କ
ଅଭିନୟ ରେ ଦର୍ଶକ ଆତ୍ମବିଭୋର ହୋଇଥିଲେ l ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ,ଛାତ୍ରଛାତ୍ରୀ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ l