-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଚିନ୍ତାମଣି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ର ଉତ୍ସବ ତଲିଉଡାର ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳି ସାଏ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସୁଦେଷ୍ଣା ପଟେଲ, ନାଏବ ସରପଞ୍ଚ ସୋମନାଥ ପଟେଲ, ସ୍କୁଲ ସଭାପତି ବାସୁଦେବ ରଥ, ପ୍ରଧାନଶିକ୍ଷକ ଜୟକୁମାର ସାହୁ, ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ମଂଚାସୀନ ଥିଲେ l ମୁଖ୍ୟଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରି ଉତ୍ସବ ର ଉଦଘାଟନ କରାଗଲା l ପ୍ରଧାନଶିକ୍ଷକ ଉଦ୍ଘାଟନୀ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l "ମୋ କଥା ମୋ କାହାଣୀ" ପୁସ୍ତକ ପ୍ରଦର୍ଶନୀ ଶ୍ରେଣୀ ଗୃହ ବାହାରେ ସୃଜନଶିଳ କାର୍ଯ୍ୟକଳାପ ପ୍ରଦର୍ଶନ, କୋଶଲି, ଜିଜ୍ଞାସା ଏବଂ କ୍ରୀଡ଼ାଙ୍ଗନ କାର୍ଯ୍ୟକଳାପ ର ପ୍ରଦର୍ଶନ କରାଯାଇଥିଲା l ରିଫ୍ରେଷମେଣ୍ଟ ପରେ ପୁରାତନ ଛାତ୍ରଛାତ୍ରୀ ଅଭିଭାବକ ଏବଂ ଅନ୍ୟ ପ୍ରଦର୍ଶନ ମାନଙ୍କ ସହ ଆଲୋଚନାଚକ୍ର କରାଗଲା l ବିଭିନ୍ନ ହାଉସ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଂସ୍କୃତିକ କାର୍ଯ୍ୟକ୍ରମ କୁ ସ୍କୁଲ ର ହିନ୍ଦୀ ଶିକ୍ଷକ ଚକ୍ରଧର ବୁଡ଼େକ ପରିଚାଳନା କରିଥିଲେ l ଖେଳ ଶିକ୍ଷକ ସନ୍ତୋଷ କୁମାର ଶତପଥୀ, ଅତିଥି ଶିକ୍ଷକ ରୋହିତ କୁମାର ଭୋଇ, ଶ୍ରୀମତୀ ବିଶ୍ୱାଳ, ଆଲୁମିନି ତଥା ଏସଟି ସଭାପତି ରଘୁନାଥ ସାହୁ ସହଯୋଗ କରିଥିଲେ l କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯିବା ସହ ବିଜ୍ଞାନ ଶିକ୍ଷକ ବିଷ୍ଣୁପ୍ରସାଦ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l