-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   (20-Jun-2026)       ||      କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ    (20-Jun-2026)       ||      ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   (20-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||     

HOME   ଜିଲ୍ଲା

ବିଶ୍ଵ ଓଡ଼ିଆଙ୍କର ଭୌତିକ ଓ ବୌଦ୍ଧିକ ଅନୁଦାନ ପାଇଁ ଆହ୍ବାନ, ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ପାଳନ

18-Jan-2024



ଦୁବାଇ/ନୂଆଦିଲ୍ଲୀ/ଭୁବନେଶ୍ୱର(ପ୍ରେରଣା ଖବର):  ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଶ୍ଵଭରି ଓଡ଼ିଆ ଭୌତିକ ଓ ବୌଦ୍ଧିକ ଅନୁଦାନ ପ୍ରଦାନ କରିବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ( ୱା.ଓ.ସୋ.) ପକ୍ଷରୁ ଆହ୍ବାନ ଦିଆଯାଇଛି। ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ସଭାରେ ସଭାପତିତ୍ବ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଶା ବାହାରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡ଼ିଆ ସମୁଚିତ ଯୋଗଦାନ ପ୍ରଦାନ କଲେ ସୁନାର ଓଡ଼ିଶା ପୁନର୍ଗଠନ ନିଶ୍ଚିତ ଭାବେ ସମ୍ଭବପର ହୋଇପାରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ। ବିଶେଷ କରି ୨୦୩୬ ମସିହାରେ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ଶତାବ୍ଦୀ ପୂର୍ତ୍ତି କାଳରେ ଓଡ଼ିଶାକୁ ଦେଶର ଏକ ନମ୍ୱର ରାଜ୍ୟରେ ପରିଣତ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ସାରା ଦୁନିଆର ସମସ୍ତ ଓଡ଼ିଆ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ଦ୍ବିବେଦୀ ନିବେଦନ କରିଥିଲେ। ଉଭୟ ଆଭାସି ଓ ବାସ୍ତବ ଢଙ୍ଗରେ ଆୟୋଜିତ ଉତ୍କଳ ଉତ୍ସବ ନାମରେ ନାମିତ ୱା.ଓ.ସୋର ସଂସ୍ଥାପନା ଦିବସ ସମାରୋହ ବିପୁଳ ଭାବେ ସଫଳ ହୋଇଥିବା ଜଣାଯାଇଛି। ଏହି

ଉପଲକ୍ଷେ ସୋସାଇଟି ତରଫରୁ ପ୍ରଥମଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଦୁବାଇ ଠାରେ ଜାତୀୟ ସ୍ତରରେ ଗଜିଆବାଦ ଠାରେ ରାଜ୍ୟସ୍ତରରେ ଭୁବନେଶ୍ୱର ଠାରେ ଉତ୍ସବ ମାନ ବାସ୍ତବିକ ମଞ୍ଚରେ ଆୟୋଜନ କରାଯାଇଥିବା ବେଳେ ଡିଜିଟାଲ ଲିଙ୍କ ଜୁମ୍ ଜରିଆରେ ଆଭାସି ମଞ୍ଚରେ ସାରା ବିଶ୍ଵର ବିଭିନ୍ନ ଦେଶରୁ ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖାଦେଇଥିଲା। ଦୁବାଇରୁ ସୁଧାଶ୍ରୀ ଦାଶ ସୂଚାରୁ ରୂପେ ସଭା ସଞ୍ଚାଳନ କରିଥିଲେ। ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ଡିଜିଟାଲ କକ୍ଷକୁ ନିୟନ୍ତ୍ରଣ କରିଥିଲେ।

ସମାବେଶକୁ ସମ୍ବୋଧନ କରି ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଓଡ଼ିଶାର ବହୁବିଧ ବିବିଧତା ଓ ବ୍ୟାପକ ବୈଭବ କୁ ଆନ୍ତର୍ଜାତିକ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରିବା ନେଇ ୱାର୍ଲଡ୍  ଓଡ଼ିଶା ସୋସାଇଟିର ସକ୍ରୀୟ ସାହାଯ୍ୟ କାମନା କରିଥିଲେ। ବରେଣ୍ୟ ଅତିଥି ଆଟମୋସସ୍ଫିଅର୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ନେଇ ୱା. ଓ.ସୋ ସାମ୍ନାରେ ଭରପୂର ସୁଯୋଗ ରହିଥିବା ପ୍ରକାଶ କରିଥିଲେ। ସୋସାଇଟି ର ପ୍ରତିଷ୍ଠାତ୍ରୀ ଡଃ ଅରୁନ୍ଧତୀ ଦେବୀ, କୋଭିଡ ର କରାଳ କାଳରେ ପଙ୍କରେ ପଦ୍ମ ଫୁଟିବା ଭଳି ୱା. ଓ.ସୋ ଜନ୍ମ ଧାରଣ କରି ଧରା ପୃଷ୍ଠର ୭୨ ଗୋଟି ଦେଶର ଓଡ଼ିଆଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିବା ଦର୍ଶାଇଥିଲେ। ଏହି ଜୟଯାତ୍ରା ଆଗକୁ ଆହୁରି ପ୍ରଖର ଭାବେ ଜାରି ରହିବ ବୋଲି ଡଃ ଦେବୀ ଘୋଷଣା କରିଥିଲେ। ଅଷ୍ଟ୍ରେଲିଆରୁ ୱା. ଓ.ସୋ ର ଉପାଧ୍ୟକ୍ଷ ଡଃ ନଳିନୀ ପତି, ୟୁ.କେ ରୁ ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, ଦକ୍ଷିଣ କୋରିଆରୁ ସଂଯୁକ୍ତ ମହାସଚିବ ଡଃ ସୀତାଂଶୁ ଶେଖର ନନ୍ଦ, ଦୁବାଇରୁ ପ୍ରେସିଡିୟମ୍ ସଦସ୍ୟ ପ୍ରଦୀପ ରଥ, ସହ କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ବରିଷ୍ଠ ସଦସ୍ୟ ସୁଶାନ୍ତ ମହାପାତ୍ର, ସଞ୍ଜୟ ଦଳାଇ, ପ୍ରିୟଦର୍ଶୀ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମେହେର, ଓଡ଼ିଶାରୁ ଡଃ ରବି ନାରାୟଣ ବେହେରା, ଲିଲି ଜେନାମଣି, ଡଃ ସାଗର ରଞ୍ଜନ ତ୍ରିପାଠୀ, ହୃଷୀକେଶ ପାତ୍ର ଓ ମହାରାଷ୍ଟ୍ରରୁ ଆଲୋକ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ବିଗତ ତିନିବର୍ଷ ମଧ୍ୟରେ ୱା. ଓ.ସୋର କାରୁକାର୍ଯ୍ୟ ନେଇ ସମୀକ୍ଷା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ଯୋଜନା ନିର୍ଦ୍ଧାରଣ କରାଯିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉଲ୍ଲେଖଯୋଗ୍ୟ ସେବା ପାଇଁ ଆଧ୍ୟାତ୍ମିକ ପ୍ରବକ୍ତା ସୌଭାଗ୍ୟ ମହାପାତ୍ର, ୱା. ଓ.ସୋର ଆମେରିକା ଅଧ୍ୟାୟର ସାଧାରଣ ସମ୍ପାଦକ ପ୍ରାନ୍ତଶ୍ରୀ ଜେନା, ଚଳଚ୍ଚିତ୍ର ପ୍ରଯୋଜକ ସନଲିସା ପଟେଲ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ପ୍ରସିଦ୍ଧ କାର୍ଟୁନିଷ୍ଟ ପରେଶ ନାଥ, ଧର୍ମାଉପାସକ ନିର୍ମଳ ଧଳ, ପ୍ରବୀଣ ପ୍ରଶାସକ ଡଃ ଦେବେନ୍ଦ୍ର ମାଝୀ, ସୁନାମ ଧନ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ, ଯୁବନେତା ମନୋଜ ନାୟକ, ଯୁବ ଶିଳ୍ପୋଦ୍ୟୋଗୀ ଦେବସ୍ମିତା ମହାନ୍ତି, ପ୍ରବୋଧ କୁମାର ସାମନ୍ତରା, ପ୍ରିୟ ରଂଜନ ପଟ୍ଟନାୟକ, ଅର୍ପଣ ମହାନ୍ତି, ମଧ୍ୟ ପ୍ରାଚ୍ୟ ସ୍ଥିତ ପ୍ରତିମ୍ବିବ ମିଡ଼ିଆର ମୁଖ୍ୟ ପ୍ରତାପ କୁମାର ନାୟକ, ୱା. ଓ.ସୋର କୁଏତ ଅଧ୍ୟାୟର ସଭାପତି ବିଶ୍ବରଂଜନ ସାହୁ, ମାତୃଭାଷା ପ୍ରଚାରକ ରାକେଶ କୁମାର ସାହୁ, ସମାଜସେବୀ ସୁଶାନ୍ତ ଦାସ, ଦେବରାଜ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ବେହେରା, ରିତୁରାଣୀ ସାସମଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଜାତା ପ୍ରିୟମ୍ବଦା ନନ୍ଦ, ଓଡ଼ିଶୀ ନୃତ୍ୟାଙ୍ଗନା ଦେବଦୀପ୍ତି ବିଶ୍ଵାଳ, ଯୁବ ମିଡିଆ ବିଶେଷଜ୍ଞ ସୁଧାଶ୍ରୀ ଦାଶ ଓ ଦିବ୍ୟାଶା ସାମନ୍ତରାୟ, ଆର ଆର ଇଭେଣ୍ଟସର ପ୍ରତିଷ୍ଠାତା ରମେଶ ବାରିକ ଓ ସିଇଓ ଶାଶ୍ଵତୀ ପତି, ଦ୍ରୋଣ ଉତ୍ପାଦକ ବୋଧିସତ୍ୱ ସଙ୍ଗପ୍ରୀୟ ଓ ଓମପ୍ରକାଶ ଦାସ, ଏୟାର ଲାଇନ୍ ପାଇଲଟ ମଧୁସ୍ମିତା ପଟ୍ଟନାୟକ, ରେକର୍ଡଧାରୀ ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ, ପ୍ରସିଦ୍ଧ ଚ୍ଚିତ୍ରକାର ମୋନା ବିଶ୍ୱରୁପା ମହାନ୍ତି, ପ୍ରବାସୀ ଓଡ଼ିଆ ନେତୃବର୍ଗ ସୁଶାନ୍ତ କୁମାର ଚୌଧୁରୀ, ସୁଜୀତ କୁମାର ରାଉତରାୟ , ଉଦୀୟମାନ ଡିଜାଇନର ରାଜେଶ ବେହେରା, ସୁର ତରଙ୍ଗ ଷ୍ଟୁଡିଓ ର ପ୍ରତିଷ୍ଠାତା ପ୍ରିୟରଞ୍ଜନ ମହାନ୍ତି ଏବଂ ଶିଳ୍ପୀକା ନୃତ୍ୟବିଦ୍ୟାଳୟର ସମ୍ପାଦକ ବାସୁଦେବ ନାଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 

ମହୋତ୍ସବର ସ୍ଵତନ୍ତ୍ର ଆକର୍ଷଣ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଥିଲା। ଏଥିମଧ୍ୟରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତଙ୍କର ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ, ଆଚାର୍ଯ୍ୟ ଅଭିମନ୍ୟୁ, ପୁଷ୍ପାଞ୍ଜଳି ବାରିକ ଓ ସ୍ଵପ୍ନାରାଣୀ ରାଉତଙ୍କର ସୁମଧୁର ଭଜନ ଏବଂ ଅଜିତ କୁମାରଙ୍କର ସୁଗମ ସଙ୍ଗୀତ ପ୍ରସ୍ତୁତି ତଥା ଶିଳ୍ପୀକା ସଂସ୍ଥାର କଳାକାର ମାନଙ୍କ ଦ୍ଵାରା ମନଲୋଭା ଆଧୁନିକ ଓ ସମ୍ବଲପୁରୀ ଲୋକନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା। ଉତ୍କଳ ଉତ୍ସବ ଆୟୋଜନ କରିବାରେ ଭୁବନେଶ୍ୱର ଠାରେ ଆୟୋଜନ କମିଟିର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ପାଳନ କମିଟିର ଅଧ୍ୟକ୍ଷା ଅନିନ୍ଦୀତା ଦାସ ଏବଂ ୱା. ଓ.ସୋ ର ଆଇଟି ବିଭାଗର ସାଧାରଣ ସମ୍ପାଦକ ଡଃ ରବି ନାରାୟଣ ବେହେରା, ଗାଜିଆବାଦ ଠାରେ ୱା. ଓ. ସୋ ର ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା ଓ ମହିଳା ଶାଖାର ଉପସଭାପତି ରୀତା ପାତ୍ର ଓ ଦୁବାଇ ଠାରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅମୀୟ ମିଶ୍ର, ୱା. ଓ.ସୋ ର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ କୁମାର ଚୌଧୁରୀ ଏବଂ ଦେବାଶିଷ ପାତ୍ର ପ୍ରମୁଖ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। 

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିତୀଶ ଦାଶ, ଅକ୍ଷୟ ମହାନ୍ତି, କୃପାନିଧି ବିଶ୍ଵାଳ, ଦୀପକ ଦାସ, ଡଃ ଶୀତଳ କୁମାର ପାଲବାବୁ , ସିଦ୍ଧାର୍ଥ ଉପାଧ୍ୟାୟ, ପବିତ୍ର ମହାରଥ, ଦିଲ୍ଲୀପ ମହାନ୍ତି, ପ୍ରିୟତମା କର, ଆଶୀଷ ମିଶ୍ର, ଡଃ ନିର୍ମଳ ପଟ୍ଟନାୟକ, ଅଳ୍ପନା ପଟ୍ଟନାୟକ, ଡ଼ଃ ଅର୍ଚ୍ଚନା ବାରିକ ,ଜ୍ଞାନ ପ୍ରକାଶ ଜେନା,ରବି ମହାପାତ୍ର ଓ ପିତାମ୍ବର ବାରିକ ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   20-Jun-2026
  ଜିଲ୍ଲା  
କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ   20-Jun-2026
  ଜିଲ୍ଲା  
ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   20-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026

You Might Also Like