-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ବଲାଙ୍ଗିର: ଗରିବ, ଅସହାୟ, ଖଟିଖିଆ, ଶ୍ରମିକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। ଅଭିଯୋଗ ଓ ସମାଧାନ ଭିତରେ ଏକ ସେତୁ ଭଳି ତାଙ୍କ ଭୂମିକା ରହୁଥିଲା। ସାମାଜିକ ଜୀବନର ସେ ଥିଲେ ଅଜାତ ଶତ୍ରୁ। ତାଙ୍କ ବିୟୋଗ କେବଳ ବଲାଙ୍ଗିର ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ୱର୍ଗତ ଲଲିତ ନାୟକଙ୍କ ତିରୋଧାନ ଦିବସରେ ମତପ୍ରକାଶ ପାଇଛି। ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନରେ
ଲଲିତ ପ୍ରେମୀମାନେ ମିଳିତ ଭାବେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ଆସନ୍ତା ସପ୍ତାହେ ମଧ୍ୟରେ ଲଳିତ ଦରବାର କାର୍ଯ୍ୟକାରୀ କରିବାକୁ ସମସ୍ତେ ସହମତି ପ୍ରକାଶ କରିବା ସହ ଏହାକୁ ସ୍ୱାଗତ କରିଥିଲେ। ତାଙ୍କ ଜନ୍ମ ଜୟନ୍ତୀରୁ ତିରୋଧାନ ଦିବସ ଯାଏଁ ଲଳିତ ପ୍ରେମୀମାନେ ସପ୍ତାହବ୍ୟାପୀ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନେଇଥିଲେ। ଗୁରୁବାର ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ପ୍ରଭାସ ପାଣିଗ୍ରାହୀ ପରିଚାଳନା କରିଥିଲେ। ବଲାଙ୍ଗୀର ପୌରପରିଷଦ ଅଧକ୍ଷା ଲିକା ସାହୁ,ଜିଲା ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ବରିଷ୍ଠ ଆଇନଜୀବୀ ରତନ ମହାରଣା, ରବି ନାରାୟଣ ବହିଦାର, ଅଶୋକ ରାଉତ, ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସାମ୍ବାଦିକ ସୁନୀଲ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୋହନ ଅଗ୍ରୱାଲ, ସନ୍ଦୀପ କୂଅଁର, ବିଭୁ କଲ୍ୟାଣ ଗଡ଼ତ୍ୟା, ଜ୍ୟୋତି ରଞ୍ଜନ ନାୟକ, ଦୀପକ ରଞ୍ଜନ ନାୟକ, ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ, ବିଶ୍ୱମୟ ପୂଜାରୀ, ୟୁଥ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ, ସମଲେଇ ମନ୍ଦିର ଆଳତୀ କମିଟିର ବିକାଶ ସା, ସ୍ୱେଚ୍ଛାସେବୀ ସଙ୍ଗଠନର ସମ୍ପାଦକ
ଗୋବିନ୍ଦ ଚନ୍ଦ୍ର ଶତପଥୀ, ସ୍ମାଇଲ ଫର ଅଲ ସଭାପତି ସଞ୍ଜୀବ ସାହୁ, ଲିବ୍ରେରେସନ ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ହୋତା, ଯୁଝେଷ୍ଟି ମେହେର, ଲମ୍ବୋଦର ସାଏ, ଅମୂଲ୍ୟ ସେଠ, ମଣ୍ଟୁ ଗୁପ୍ତା, ପୃଥ୍ୱୀରାଜ ବରାଡ଼, ସଞ୍ଜୟ ଶତପଥୀ, ଦ୍ରୋଣ କୁମ୍ଭାର, ଘନଶ୍ୟାମ ପଶାୟତ ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।