-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପର୍ଲିମାଲ ଗାଁ ର ଜଣେ ଯୁବକ ଙ୍କ ମେଡିକାଲ ନେଉଥିବା ସମୟରେ ମୃତ୍ୟୁବରଣ ହୋଇଥିଲା ହତ୍ୟା ସନ୍ଦେହ ରେ ୨୪ ଘଣ୍ଟା ଧରି ଥାନା ରେ ରଖିଲେ ଶବ। ଥାନା ରେ ଦେଇଥିବା ଏତଲା ଅନୁସାରେ ବେଲପଡା ଥାନା ପର୍ଲିମାଲ ଗାଁ ର ମିଥୁନ ସୁନା (୨୩) ୧୬/୦୧/୨୩ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୮ ଟା ବେଳେ ତାଙ୍କ ଗ୍ରାମର ତ୍ରିନାଥ କରୁଆଁ ସହିତ ଗୋଟିଏ ମୋଟରସାଇକେଲରେ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁ ର ସର୍ଦ୍ଦାର ରିଙ୍କୁ ଖାଁ,ଇମ୍ରାନ ଖାଁ ଘର କୁ ଯାଇଥିଲେ। ହେଲେ ରାତିରେ ମୃତକଙ୍କ ଭଉଣୀ ଯାଜ୍ଞସେନୀ ସୁନା କୁ ତୁମର ଭାଇ ମିଥୁନ ସୁନା ମୁନାପାଲି ଗାଁ ର ପତ୍ରଫଡି
ଠାରେ ଦୁର୍ଘଟଣା ହୋଇଛି ବୋଲି ଇମ୍ରାନ ଖାଁ ଫୋନ ଯୋଗେ ଜଣାଇଥିଲେ। ଏହି ବିଷୟରେ ମୃତକଙ୍କ ଭଉଣୀ ତାଙ୍କ ମାଁ ଆଲ୍ଳାଦିନି ସୁନା କୁ ଜଣାଇଥିଲେ।ଏ ବିଷୟରେ ତାଙ୍କ ଭଣଜା ଭୁଲେ ମହାନନ୍ଦ ଓ କିର୍ତନ୍ ମହାନନ୍ଦ ଙ୍କୁ ଖୋଜିବାକୁ ପଠାଇଥିବା ବେଳେ ସେମାନେ ମୁନାପାଲି ଯାଇଥିଲେ। ସେଠାରେ ଦୁଇ ଜଣ ଲୋକ ଏମାନଙ୍କ ପାଖରେ ମିଥୁନ କୁ ଛାଡିଦେଇ ଚାଲି ଯାଇଥିବାରୁ ଭୁଲେ ଓ କିର୍ତନ୍ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରାଇଥିଲେ।ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତରିତ କରାଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତା.୧୭/୦୧/୨୪ ଦିନ ସେଠାରେ ମଧ୍ୟ ଆହୁରି ସାଂଘାତିକ ହେବାରୁ ରାୟପୁର ପଠାଯାଇଥିବା ବେଳେ ମହାସମନ ପାଖାପାଖି ସମୟ ୧୧:୪୫ ରେ ମିଥୁନ ଆଖି ବୁଜି ଦେଇଥିବାରୁ ଏ ବିଷୟରେ ପରିବାରବର୍ଗ ଆସି ବେଲପଡ଼ା ଥାନା ରେ ଏତଲା ଦେଇଛନ୍ତି।ଏ ବିଷୟରେ ବେଲପଡା ପୋଲିସ ଆଇ, ପି, ସି ୩୦୨,୨୦୧ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗତକାଲି ଠାରୁ ଆଜି ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ନ୍ୟାୟ ପାଇବା ଆଶାରେ ଥାନା ରେ ଶବ ରଖିଥିଲେ ହେଁ ଏପର୍ଯ୍ୟନ୍ତ ସର୍ଦ୍ଦାର କୁ ଗିରଫ କରିନାହିଁ ବେଲପଡା ପୋଲିସ। ପରିବାର ଲୋକଙ୍କୁ ଭୂତେଇ ଦେଇ ଶବ ବ୍ୟବଚ୍ଛେଦ କରିଦେଇ ଶବଦାହ କରିବାକୁ କହିଦେଇ କର୍ତ୍ତବ୍ୟ ସାରିଦେଲେ କି ବେଲପଡା ପୋଲିସ?ସତ କ'ଣ ଜନସାଧାରଣ ଙ୍କୁ ଜଣାଇବ କି ନାହିଁ ବେଲପଡା ପୋଲିସ ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି। ସେକ୍ସନ ୩୦୨ ଓ ୨୦୧ ଦଫା ଲାଗିଥିଲେ ହେଁ ଏପର୍ଯ୍ୟନ୍ତ ସର୍ଦ୍ଦାର ଗିରଫ ହେଉନଥିବା ବେଳେ ଅନ୍ୟ ଦାଦନ ମୃତ୍ୟୁ ଘଟଣା ଭଳି ଘଟଣା କୁ ଚାପି ଦିଆଯିବ ନାହିଁ ତ; କାହିଁକି ନାଁ ଚଳିତ ବର୍ଷ ତିନୋଟି ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ସର୍ଦ୍ଦାର କୁ ଗିରଫ କଲେ ନାହିଁ ବେଲପଡା ପୋଲିସ। ବେଲପଡା ପୋଲିସ ଠାରେ ନ୍ୟାୟ ପାଇବା ଆଶା ଧିରେ ଧିରେ ଲୋକ ଙ୍କ ଉଠିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମହଳରେ ଚର୍ଚ୍ଚା ହେଉଛି। ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବେଲପଡା ଥାନା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।