-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲାରେ ଧାନ ଚାଷୀ ମାନେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅଧିକ କ୍ଷତି ହୋଇଥିବା ଜଣାପଡିଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରାୟ ୪୦ ପ୍ରତିଶତ ଧାନ ଅମଳ କମିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରଭାବ ଏବେ ଜିଲ୍ଲାରେ ବିଭିନ୍ନ ବ୍ଲକର ଧାନ ମଣ୍ଡିରେ ଦେଖା ଦେଇଛି।ସେହିପରି ଚାଷୀଙ୍କ ପାଖକୁ ଆସିଥିବା ଟକେନ୍ ଅନୁଯାୟୀ ଧାନ ଅଳମ ହୋଇନଥିବା ଯୋଗୁଁ ମଣ୍ଡିରେ ଚାଷୀ କମ ପରିମାଣର ଧାନ ବିକ୍ରି କରୁଥିବା ଅଭିଯୋଗ ହୋଇଛି।ତେଣୁ ସ୍ଥାନୀୟ ଚାଷୀ ପ୍ରଶାସନ ପକ୍ଷରୁ ବନସ ଦେବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ କିଛି ଚାଷୀ ମଣ୍ଡିକୁ ଅପେକ୍ଷା ନକରି ବଜାରରେ ଭଲ ଦରରେ ଧାନ ବିକ୍ରି ହେଉଥିବାରୁ ବ୍ୟବସାୟୀମାନଙ୍କୁ ଧାନ ବିକ୍ରି କରୁଥିବା ଶୁଣିବାକୁ ମିଳିଛି। ମଣ୍ଡିରେ ଧାନ ବିକ୍ରି ପାଇଁ ଗଲେ କଟନି ଛଟନି କରାଯାଉଥିବା ବେଳେ ଧାନ ବିକ୍ରି କରିବା ଚାଷୀଙ୍କୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନବସ୍ତା ମଣ୍ଡି ନିକଟକୁ ନେବା ପାଇଁ ପଡୁଛି। ଧାନ ବିକ୍ରି ହୋଇନପାରିଲେ ରାତିରେ ଶୀତ କାକରରେ ଜଗିବାକୁ ପଡୁଛି। ଧାନ ବିକ୍ରି କରିବା ପରେ ଟଙ୍କା ପାଇବା ପାଇଁ ମଧ୍ୟ ମାସ ମାସ ଅପେକ୍ଷା କରିବା ପାଇଁ ପଡୁଛି। ସ୍ଥାନୀୟ ବ୍ୟବସାୟୀଙ୍କ ନିକଟରେ ଧାନ ବିକ୍ରି କଲେ ମଣ୍ଡି ଦରଠାରୁ ଅଧିକ ଲାଭ ଏବଂ ତୁରନ୍ତ ଟଙ୍କା ମିଳୁଥିବାରୁ କିଛି ଚାଷୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିବା ମଧ୍ୟ ସୂଚନା ମିଳିଛି