-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ସୂଚନା ପ୍ରକାରେ ବେଆଇନ ଭାବେ ଗଞ୍ଜେଇ ରୋପଣ ହୋଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଏସଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ ସଦଳବଳ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ
ସାନଅସୁର ଜଙ୍ଗଲରେ ଚଢ଼ାଉ କରିଥିଲେ l ୭ଏକର ପରିମିତ ଅଞ୍ଚଳରେ ଲାଗିଥିବା ପ୍ରାୟ ସାତ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି l ନଷ୍ଟ କରାଯାଇଥିବା ଗଞ୍ଜେଇ
ଗଛର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି l ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି l