-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ବିନିକା(ହିମାଂଶୁ ଶେଖର ପୁଟେଲ)ଜଗତ ଜନନୀ ମାଁ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସାରା ବିନିକା ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି ।ଆଜି ଦେବୀ ମଣ୍ଡପରେ ପୁରୋହିତ ମାନଙ୍କ ଦ୍ଵାରା ପରିବେଷିତ ଶ୍ଳୋକ ଶ୍ରଦ୍ଧାଳୁ ଭକ୍ତ ମହଲରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି କରିଛି।ସେହିପରି ବଲାଙ୍ଗୀରରୁ ଆସିଥିବା ବ୍ୟାସ ସୁନିଲ କୁମାର ମିଶ୍ରଙ୍କ ଦ୍ଵାରା ରାମ ଚରିତ ମାନସ ପଠନ ଭକ୍ତଙ୍କୁ ବାନ୍ଧି ରଖିଥିଲା ।ଶ୍ରୀକ୍ଷେତ୍ର ପୁରୀ ରାମଜୀ ମଠର ମହନ୍ତ ମହାରାଜ ବଂଶୀଧର ଦାଶଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ପରିଚାଳିତ ଦେବୀ ଦୁର୍ଗା ମାଁ ଙ୍କ ମନ୍ଦିର ପ୍ରତିଷ୍ଠା ପୂଜାରେ ବ୍ରହ୍ମା ଭାବରେ ଭାସ୍କର ପୁରୋହିତ,ଆଚାର୍ଯ୍ୟ ସୁବାସ ଚନ୍ଦ୍ର ବଡ଼ପଣ୍ଡା,ସହାୟକ ଭାବରେ ହରିଶ୍ଚନ୍ଦ୍ର ହୋତା,ଜୟ ନାରାୟଣ ପାଢ଼ୀ,ସଞ୍ଜୀବ ପାଢୀ,ଅଶ୍ଵିନୀ ମିଶ୍ର,ସର୍ଜନ ନାୟକ,ବାଲ ଗୋପାଳ ପୁରୋହିତ,ଉମା ବଲ୍ଲଭ ଷଡ଼ଙ୍ଗୀ,ଭକ୍ତରାମ ପାଣିଗ୍ରାହୀ,ସଦାନନ୍ଦ ପାଣ୍ଡିଆ,ଶ୍ରୀନାଥ ପଣ୍ଡା,ଗଜାନନ ପାଣ୍ଡିଆ,ଦେବାଶିଷ ପୁରୋହିତ ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ଏଥିରେ କର୍ତ୍ତା ଭାବେ ସୁକନ୍ୟା ପାତ୍ର ଓ ସୁନିଲ ପାତ୍ର,ତପସ୍ୱିନୀ ମହାନ୍ତି ଓ କୈବର୍ତ୍ତ ମହାନ୍ତି,ଦିବ୍ୟାଲୋକା ମହାପାତ୍ର ଓ ଗୌରବ ପାଢୀ,ଅଲିମା ପଣ୍ଡା ଓ ଘାଶିରାମ ପଣ୍ଡା,ଶ୍ୟାମବାଇ ଅଗ୍ରୱାଲ ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ,ସୃତି ଅଗ୍ରୱାଲ ଓ ଅନନ୍ତ ଅଗ୍ରୱାଲ,ରୀନା ସୁବୁଦ୍ଧି ଓ ଦିଲ୍ଲୀପ ସୁବୁଦ୍ଧି,କମଳିନୀ ପୂଜାରୀ ଓ ପ୍ରଶାନ୍ତ ପୂଜାରୀ,ଗୀତାଞ୍ଜଳି ତ୍ରିପାଠୀ ଓ ସନ୍ତୋଷ ପଣ୍ଡା,ସୁଜାତା ମେହେର ଓ ଘନଶ୍ୟାମ ମେହେର,ବିଜୟ ଲକ୍ଷ୍ମୀ ନାଏକ ଓ ଦୁଃଖୀରାମ ନାଏକ, ଭିଲେଇ ର ଲକ୍ଷ୍ମୀ ଅଗ୍ରୱାଲ ଓ ପବନ ଅଗ୍ରୱାଲ,ମନ୍ତ୍ରୀ ନିରଞ୍ଜନ ପୁଝାରୀ ଓ ତାଙ୍କ ଧର୍ମପତ୍ନୀ ବୀଣାପାଣି ପୂଜାରୀ,ସହଯୋଗୀ କର୍ତ୍ତା ଭାବେ ଦୁହିତା ପାଣ୍ଡେ ଓ ଚନ୍ଦ୍ର ଶେଖର ପାଣ୍ଡେ,ଧୀରା ନାଏକ ଓ ଭୀମସେନ ନାଏକ, ନବାହ ପାରାୟଣ କର୍ତ୍ତା ବବିତା ତ୍ରିପାଠୀ ଓ ହିମାଂଶୁ ଶେଖର ତ୍ରିପାଠୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରୁଛନ୍ତି ।ସେହିପରି ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଂଜନ ପାଇଁ ମହିଷାସୁର ଦରବାର, ମୀନା ବଜାର ବେଶ ଆକୃଷ୍ଟ କରିଛି ।