-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ସଦର ମହକୁମା ରୁ ଗାଁ କୁ ଗଡିଛି ପୌଷ ସନ୍ତାନ ଜନ ସଚେତନତା ରଥ | ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫ ରୁ ଏହି ରଥ କୁ ଆଜି ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ଅତିରିକ୍ତ
ଜିଲ୍ଲାପାଳ (ରାଜସ୍ବ) ମହେନ୍ଦ୍ର ମହାପାତ୍ର | ଏହି ରଥ ଆସନ୍ତା 3 ଦିନ ଗାଁ ମାନଙ୍କରେ ବୁଲିବ | ଆଇନ ସମନ୍ୱତ ପୌଷ ସନ୍ତାନ ଗ୍ରହଣ କରିବାକୁ ଏହା ସଚେତନ କରାଇବ | ଇଛୁକ ବ୍ୟକ୍ତି
ମାନେ ଅନଲାଇନରେ ନିର୍ଦ୍ଧାରିତ ଦେୟ ଦେଇ ପଞ୍ଜିକରଣ କରାଇ ପାରିବେ | କିଶୋର ନ୍ୟାୟ (ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ) ଅଧିନିୟମ 2016 ଅନୁଯାୟୀ ପ୍ରକିୟା କୁ ସରଳ କରା ଯିବା ସହ ନୂତନ ନିୟମାବଳୀ ଆଧାର ରେ ଜଣେ ସ୍ଵଛ ଏବଂ ଆଇନ ସମତ୍ୱ ପୌଷ ସନ୍ତାନ ଗ୍ରହଣ କରିପାରିବ | ଏହି ସଚେତନତା ରଥ ବୁଲିବା ଦ୍ୱାରା ପୌଷ ସନ୍ତାନ ଗ୍ରହଣ ସଂଖ୍ୟା ବଢିବ ବୋଲି ବିଭାଗର ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି |