-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ଅଞ୍ଚଳରେ ଅନୈତିକ ଭାବେ ଧର୍ମାନ୍ତରଣ ଉଦ୍ୟମ ଦିନକୁ ଦିନ ଅଧିକ ହେବାରେ ଲାଗିଛି। ଏହାକୁ ନେଇ ଗତ ୨୦ ଡ଼ିସେମ୍ବର ୨୦୨୩ରେ ଡାବୁଗାଁ ମୁଖ୍ୟ ଛକ ରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୨୦ ଜଣ ଯୁବକ ଆସି ରାସ୍ତା ଉପରେ ହିନ୍ଦୁ ଧର୍ମ ବିରୋଧରେ ପ୍ରଚାର ପତ୍ର ବଣ୍ଟନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମନା କରିବା ପରେ ସେମାନେ ସ୍ଥାନୀୟ ଲୋକମାନଙ୍କୁ ନବରଙ୍ଗପୁର ଆସିଲେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ନିଆଁ ଲଗାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ହିନ୍ଦୁ ପକ୍ଷର ଲୋକ ମାନେ ସ୍ଥାନୀୟ ପୋଲିସ କୁ ଡାକି ଘଟଣା ବିଷୟରେ ଅବଗତ କରାଇ ଥିଲେ । ପରେ ହିନ୍ଦୁ ଧର୍ମ ବିରୋଧରେ ଅପ ପ୍ରଚାର କରୁଥିବା ଚାରି ପାଞ୍ଚ ଜଣକୁ ପୋଲିସ ସେଠାରୁ ନେଇ ଗଲେ, ଅନ୍ୟମାନେ ପୋଲିସ ଆସିବା ଦେଖି ଅନ୍ୟତ୍ର ଚାଲିଗଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଏତଲା ଡାବୁଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ଙ୍କୁ ଆଜି ପ୍ରଦାନ କରା ଯାଇଛି। ଏତଲା ଦେବା ସମୟରେ ଦିବ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଭଗବାନ ମହାନ୍ତି, ଶୁଭଜିତ ପାଣିଗ୍ରାହୀ, ଅଶୋକ ପାତ୍ର, ଶ୍ୟାମସୁନ୍ଦର କବିରାଜ, କୃପା ରାମ ସାହୁ, ବାଳକୃଷ୍ଣ ପଟ୍ଟନାୟକ, କ୍ରିଷ୍ଣା ସାହୁ, ହିତେନ୍ଦ୍ର ସିଂ, ବିଶ୍ଵଜିତ ବୈଠାରୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।