-+91-9937148622 |

prerana_bgr@rediffmail.com |

  Thursday 30th July 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||     

HOME   ରାଜ୍ୟ

ଭୀମକଟାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ର ପାଇଁ ନବୀନ ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି

24-Dec-2023



ବଲାଙ୍ଗୀର(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ପ୍ରାୟ ୯କୋଟି ୯୭ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ସେଥିରୁ କିଛି ପରିମାଣର ଅନୁଦାନ ଖର୍ଚ୍ଚ ହୋଇସାରିଥିବା ବେଳେ ଏବେ ଭୀମକଟା ପୁସ୍କରିଣୀର ପୁନଃରୁଦ୍ଧାର ଓ ଉନ୍ନୟନ ପାଇଁ ୨କୋଟି ୨୨ଲକ୍ଷ ଟଙ୍କା ଅନୁଦାନର ଟେଣ୍ଡର ସରିଛି । ତେଣୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଉପସ୍ଥିତିରେ ରାଜ୍ୟ ଗୃହନିର୍ମାଣ ନୀଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥି  ଭାବରେ ଯୋଗଦେଇ  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ହଜାର ସଂଖ୍ୟାରେ ମହିଳା ଯୋଗଦେଇ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ପରେ କଲ୍ୟାଣମଣ୍ଡପ ପେଣ୍ଡାଲରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ନୀଗମର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଯୋଗଦେଇ ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି । ଭୀମଡୁଙ୍ଗୁରୀକୁ ୯କୋଟି ୯୭ଲକ୍ଷ ଦେଇଥିବା ବେଳେ ଦେଓଗାଁ ଦେଷଣ୍ଢ ନିକଟସ୍ଥ ଚାନ୍ଦଲି ପହାଡର ବିକାଶ ପାଇଁ ୧କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଭୀମଡୁଙ୍ଗୁରୀରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଗକୁ ଏଠିକି ଲକ୍ଷ୍ମୀବସ ସେବା ଯୋଗାଇଦିଆଯିବ । ସେହିପରି ରାସ୍ତାଗୁଡିକ ଉନ୍ନତ କରାଯାଇ ଲୋକଙ୍କ ଯିବା ଆସିବାର ବ୍ୟବସ୍ଥା କରାଯାଇ ସାରିଛି । ଆଗକୁ କେବଳ ନବୀନ ସରକାର ହିଁ ରାଜ୍ୟର ବିକାଶ କରିପାରିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ସେହିପରି ସଭାରେ ଉପସ୍ଥିତ

ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ୍‌,ମମତା କୁମୁରା,ମକୁନ୍ଦପୁର ସରପଞ୍ଚ ଜାନକି ସାହୁ,ଦେଓଗାଁ ବ୍ଲକ ବିଜେଡି ସଭାପତି ସୁଶିଳ ଚାନ୍ଦ,ଯୁବ ସଭାପତି ଶୈଳେନ୍ଦ୍ର ସାହୁ,ଜିଲ୍ଲା ବିଜେଡି ଉପସଭାପତି କୈଳାଶ ମହାନ୍ତି ପ୍ରମୁଖ ବିଜେଡି ସରକାର ଅମଳରେ ହୋଇଥିବା ଉନ୍ନୟନ କାମ ଉପରେ ବକ୍ତବ୍ୟ ରଖିଥିଲେ । ଲକ୍ଷ୍ମଣ ମେହେର ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକରେ ରାଜ୍ୟସରକାର ଦେଇଥିବା ପ୍ରକଲ୍ପ ଯଥା-ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ର,ଚାନ୍ଦଲିପାହାଡର ବିକାଶ ପାଇଁ ଅନୁଦାନ,ପାଟଖଣ୍ଡା ମନ୍ଦିରର ବିକାଶପ୍ରକଲ୍ପ,ସୋନଗଡରେ ଆଇଏସଏସ ପ୍ରକଲ୍ପ,ଦେଓଗାଁ-ଜରାସିଂହା କଲେଜକୁ ଅନୁଦାନ,୫ଟିରେ ହାଇସ୍କୁଲଗୁଡିକୁ ଅନୁଦାନ ବିଷୟରେ ସୂଚନା ଦେଇଥିଲେ । ଶେଷରେ ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026
  ରାଜ୍ୟ  
ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   29-Jul-2026
  ଜିଲ୍ଲା  
ଗୁରୁ ପୁର୍ଣିମା ଦିବସ ପାଳିତ   29-Jul-2026
  ଜିଲ୍ଲା  
ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   29-Jul-2026
  ଜିଲ୍ଲା  
*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   29-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   29-Jul-2026
  ଜିଲ୍ଲା  
*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   29-Jul-2026
  ଜିଲ୍ଲା  
କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   29-Jul-2026
  ଜିଲ୍ଲା  
*ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   29-Jul-2026
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026

You Might Also Like