-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
29-Jul-2026
ସମ୍ବଲପୁର : (ସଂଜୀବ ପାଣିଗ୍ରାହୀ )-ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ପର୍ଯ୍ୟଟନ ବିଭାଗ ର ସହ ନିର୍ଦେଶକ ଶ୍ରୀଯୁକ୍ତ ରବୀନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଦୀପ ପ୍ରଜ୍ବଳନ କରିଥିଲେ l ସମ୍ବଲପୁର ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଦିଲୀପ ସାଥୁଆ, ସହ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ପାଢ଼ୀ, ବିଦ୍ୟାଳୟ ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା, ଓ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ମହୋଦୟ ଅତିଥି ମହୋଦୟ ଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅବିଭାଷଣ ରେ ବ୍ୟାସ ଦେବଙ୍କ ଜନ୍ମ ବୃତାନ୍ତ ସହ ଉକ୍ତ ଉତ୍ସବ ର ମହତ୍ୱ ଅବତାରଣା କରିଥିଲେ l ସହ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପାଢ଼ୀ ସମାଜ ଗଠନ ରେ ଗୁରୁଙ୍କ ଅବଦାନ ଯଥେଷ୍ଠ ବୋଲି ଅବତାରଣା କରିଥିଲେ l ସଭାପତି ଡ଼କ୍ଟ ପଣ୍ଡା ଗୁରୁ ପ୍ରକୃତ ରେ ସର୍ବ ଶ୍ରେଷ୍ଠ ତାଙ୍କ ସମକକ୍ଷ କେହି ହୋଇପାରିବେ ନାହେଁ l ବିଦ୍ୟାଳୟ ର ସଞ୍ଜୟ ବାଗ ଗୁରୁଜୀ ସମସ୍ତଙ୍କ ଉଦେଶ୍ୟ ରେ ଧନ୍ୟ ବାଦ ଅର୍ପଣ କରିଥିଲେ l